ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ଅଗାମୀ ଫିଲ୍ମ ଜୱାନ ନେଇ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ବିଜୟ ସେତୁପତି ୨୧କୋଟି ନେଇଛନ୍ତି । ଏହା ପୂର୍ବରୁ ସେ ଗୋଟିଏ ଫିଲ୍ମ ପାଇଁ ୧୫ କୋର୍ଟ ଚାର୍ଜ କରୁଥିଲେ । ଏଥିରେ ସେ ନେଗେଟିଭ ରୋଲରେ ଅବତୀର୍ଣ୍ଣ ହେବେ । ବିଜୟଙ୍କ ମତରେ ଏହି ଫିଲ୍ମ ପାଇଁ ସେ ୨ଟି ଆକ୍ସନ ମୁଭି ଛାଡିଥିଲେ । ଜୱାନରେ ଏକ ଭଲ ରୋଲ ମିଳୁଥିବାରୁ ସେ ଏହାକୁ ଛାଡିବାକୁ ଚାହୁଁ ନ ଥିଲେ । ଏହି ଫିଲ୍ମକୁ ଏଟଲୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।
ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡ ଭାଷାରେ ଏହା ରିଲିଜ ହେବ । ଶାହାରୁଖଙ୍କ ରେଡ ଚିଲ୍ଲୀଜ ଏଂଟରଟେନମେଂଟ ବ୍ୟାନର ତଳେ ଏହି ଫିଲ୍ମ ନିର୍ମିତ ହେଉଛି । ୨ ଜୁନ ୨୦୨୩ରେ ଜୱାନ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଶାହାରୁଖଙ୍କ ସହ ନୟନତାରା ଓ ସାନ୍ୟା ମାଲହୋତ୍ରା ମଧ୍ୟ ଏଥିରେ ଅଭିନୟ କରୁଛନ୍ତି ।
Comments are closed.