କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ବଡ ସଫଳତା ମିଳିଛି । ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ୭ଟି ବନ୍ଧୁକ ସହ ୬୫ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୋଲିସର ସଫଳତା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ।
କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟାକାରୀ ବିଜୟ ନାୟକ ଓ ଜଗା ଦାସ ଉଭୟ ବେଲରେ ଆସି ବନ୍ଧୁକ କାରବାର ଚଳାଉଥିବା ଜଣାପଡିଛି । ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।
Comments are closed.