Latest Odisha News

BREAKING NEWS

ଶ୍ରୀମନ୍ଦିର ସହ ସମ୍ପୃକ୍ତ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ

ପୁରୀ: ଚିନ୍ତା ବଢ଼ାଉଛି ସଂକ୍ରମଣ । ପୁରୀ ଶ୍ରୀମନ୍ଦିର ସହ ବିଭିନ୍ନ ସେବାରେ ଜଡ଼ିତ ଆଉ ୭ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିବ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଶ୍ରୀମନ୍ଦିର ସହ ଜଡ଼ିତ କୋଭିଡ୍ ପଜିଟିଭ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।

ଗତ ୧୩ ତାରିଖରେ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା ।  ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ, ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣ, ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳିଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଥିଲା ।

Comments are closed.