Latest Odisha News

BREAKING NEWS

ଧର୍ମପଦ ସମ୍ମାନ ପାଇଲେ ୭ ବରିଷ୍ଠ ଶିଳ୍ପୀ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗରେ ପ୍ରାୟ ୭ ଜଣ ବରିଷ୍ଠ ଶିଳ୍ପୀଙ୍କୁ ସେମାନଙ୍କର ଆଜୀବନ ସାଧନାର ପ୍ରତୀକ ସ୍ୱରୂପ ଧର୍ମପଦ ପୁରସ୍କାର ଦିଆଯାଇଛି ।

୨୦୦୯ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ବିଚାରକୁ ନିଆଯାଇ ଏକାଡେମୀର ସବୋର୍ଚ୍ଚ ସମ୍ମାନ ଧର୍ମପଦ ପୁରସ୍କ।।ର ପ୍ରଦାନ କରାଯାଇଛି ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ଶିଳ୍ପୀଙ୍କ ବାସଭବନକୁ ଯାଇ ୧ ଲକ୍ଷ ପୁରସ୍କାର ରାଶି ସହିତ ତାମ୍ରଫଳକ ଓ ଉପଢୌକନ ପ୍ରଦାନ କରିଥିଲେ ।

ଏହି ସମ୍ମାନିତ ଶିଳ୍ପୀ ମାନଙ୍କ ମଧ୍ୟରେ ରହିଛନ୍ତି- ଗୋକୁଳୀ ବିହାରୀ ପଟ୍ଟନାୟକ (୨୦୦୯), ଅସୀମ ବସୁ (୨୦୧୦), ଦୁର୍ଗା ପ୍ରସାଦ ଦାସ (୨୦୧୧), ସୁଦର୍ଶନ ସାହୁ (୨୦୧୨), ଜତିନ ଦାସ (୨୦୧୩), ଦୀନନାଥ ପାଠୀ (୨୦୧୪) ଓ ରଘୁନାଥ ମାହାପାତ୍ର (୨୦୧୫) ।

Leave A Reply

Your email address will not be published.