Latest Odisha News

BREAKING NEWS

୪୦ ଦିନରେ ୭ ଥର ସାପ କାମୁଡ଼ି ସାରିଲାଣି

ଲକ୍ଷ୍ନୌ: ଖୋଜିଖୋଜି କାମୁଡୁଛି ସାପ। ଯେଉଁଠି ବି ଲୁଚିଲେ ଯାଇ କାମୁଡୁଛି ସମାନ ସାପ। ଉତ୍ତରପ୍ରଦେଶର ଫତେପୁରରେ ବିକାଶ ଦୁବେ ନାମକ ଜଣେ ଯୁବକଙ୍କୁ ପ୍ରତି ଶନିବାର ସାପ କାମୁଡ଼ୁଥିବା ଅଭିଯୋଗ ହୋଇଛି। ଗତ ୪୦ ଦିନରେ ତାକୁ ୭ ଥର ସାପ କାମୁଡ଼ି ସାରିଲାଣି।

ବାରମ୍ବାର ଏ ଅକଳ୍ପନୀୟ ଘଟଣା ଘଟିବା ଦ୍ୱାରା ପରିବାର ଲୋକେ ପୂରା ଭୟରେ ଅଛନ୍ତି।

ତାଙ୍କର ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ତିନି ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଫତେପୁର ଡାକ୍ତରଖାନାର ସିଏମ୍ଓ ରାଜୀବ ନାରାୟଣ ଗିରି।

ତେବେ ତଦନ୍ତ ପରେ ସତ କଥା ସାମ୍ନାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.