Latest Odisha News

BREAKING NEWS

ସିକ୍କିମ ପ୍ରଳୟଙ୍କରୀ ବନ୍ୟାର ୬୦ ଦିନ ପରେ ବି ୭୭ ନିଖୋଜଙ୍କ ମିଳୁନି ପତ୍ତା

ଗ୍ୟାଙ୍ଗଟକ: ସିକ୍କିମର ତିସ୍ତା ନଦୀରେ ଫ୍ଲାସ ଫ୍ଲଡକୁ ୨ମାସ ବିତିଯାଇଛି। ହେଲେ ଏଯାଏ ନିଖୋଜ ଥିବା ୭୭ଜଣଙ୍କ ପତ୍ତା ମିଳୁନି । ୪୦ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜଙ୍କୁ ଖୋଜାଖୋଜି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ବରିଷ୍ଠ ଅଧିକାରୀ କହିଛନ୍ତି, ବନ୍ୟା ପରେ ୫ବର୍ଷ ପଛକୁ ଫେରି ଯାଇଛି ସିକ୍କିମ । ରାଜ୍ୟର ୩୦ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ୮୮ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବନ୍ୟା ଯୋଗୁଁ ସେନାର ବିଶେଷ କ୍ଷୟକ୍ଷତି ହୋଇଛି । ଅନେକ ବନ୍ଧୁକ ଓ ହତିଆର ଭାସିଯାଇ ବାଂଲାଦେଶରେ ଲାଗିଛି । ଚୁଙ୍ଗୟାଙ୍ଗ ବିଶେଷ ପ୍ରଭାବିତ ହୋଇଛି । ଏଠାରେ ୮୦ପ୍ରତିଶତ ସହର କାଦୁଅରେ ପୋତିହୋଇ ରହିଛି । ଏଠାରେ ସେନାର ଗୋଳାବାରୁଦ ଡିପୋ ଥିଲା । ସେନାର ଆନୁମାନିକ ୧୧ଶହ କୋଟିର କ୍ଷୟକ୍ଷତି ହୋଇଛି । ଚୁଙ୍ଗୟାଙ୍ଗର ଉପର ରାସ୍ତା ଏବେ ମଧ୍ୟ ବନ୍ଦ ରହିଛି ।
ଲାଚେନ ଉପତ୍ୟକାରେ ଘଟିଥିବା ବିପତ୍ତିରେ ନିଖୋଜ ହୋଇଛନ୍ତି ୭୭ ଜଣ । ଉତ୍ତର ସିକ୍କିମର ଲୋନାକ ହ୍ରଦର ଉପରିଭାଗରେ ବାଦଲଫଟା ବର୍ଷା ହେବା ପରେ ତିସ୍ତା ନଦୀରେ ବଢିଥିଲା ଜଳସ୍ତର । ଏହା ସହ ଚୁଙ୍ଗଥାଙ୍କ ଡ୍ୟାମରୁ ଜଳପ୍ରବାହ ପରେ ସ୍ଥିତି ବିଗିଡ଼ିଥିଲା । ଏପରିକି ତଳିଆ ଅଞ୍ଚଳରେ ଥିବା ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା । ତଳିଆ ଅଞ୍ଚଳରେ ସିଙ୍ଗତାମ ନିକଟସ୍ଥ ବାରଦାଙ୍ଗରେ ପାର୍କିଂ କରିଥିବା ସେନା ଗାଡ଼ିଗୁଡିକ ନଦୀ ଜଳ ସ୍ରୋତରେ ଭାସିଯାଇଥିଲା । ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ବି ଭାସି ଯାଇଥିଲା ।

 

Comments are closed.