Latest Odisha News

କାର ଓ ବସ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୭ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ତିରୁବନାମଲାଇ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଓ ବସର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆସାମର ପାଞ୍ଚ ଜଣ ଶ୍ରମିକ ଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ କାରି ପ୍ରାୟ ୧୧ ଜଣଙ୍କୁ ନେଇ କୃଷ୍ଣଗିରି ଆଡକୁ ଯାତ୍ରା କରୁଥିଲା। କାରରେ ଥିବା ଲୋକେ ଅଧିକାଂଶ ଶ୍ରମିକ ଥିଲେ।

ସୂଚନା ମୁତାବକ, ତିରୁବନାମଲାଇ ଜିଲ୍ଲାର ଚଙ୍ଗମ ସହର ପାଖରେ ବସ୍‌ ଷ୍ଟପ ଜାତୀୟ ରାଜପଥ ୭୭ରେ ଏସୟୁଭି ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ବସ୍‌ ସହିତ ଧକ୍କା ହୋଇଥିଲା। ଘଟଣାରେ ଆସାମର ୫ ଜଣଙ୍କ ସହିତ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୃତକଙ୍କ ପରିଚୟ ପାଇଛି। କାର୍‌ଟି ଓଭରଟେକ କରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା। ସମସ୍ତଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଟିଏନଏସଟିଏସ ବସର ଯାତ୍ରୀ ଏବଂ କର୍ମଚାରୀମାନେ କେହି ମଧ୍ୟ ଆହତ ହୋଇନାହାଁନ୍ତି। ତେବେ ଉକ୍ତ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାରଟି ତିରୁବନାମଲାଇରୁ କରୁମଙ୍ଗଲମ ରାଜପଥ ଦେଇ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ସେହି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Comments are closed.