Latest Odisha News

ବଡ ଧରଣର ଅଘଟଣ: ଟ୍ରାନ୍ସପୋର୍ଟ ନଗରରେ ଭୁଶୁଡ଼ିଲା ଏକ ବଡ କୋଠା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବଡ ଧରଣର ଅଘଟଣ । ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ିବା କାରଣରୁ ଅନେକ ଲୋକ ଭଗ୍ନାବଶେଷ ତଳେ ରହିଥିବା ସୂଚନା ମିଳିଛି । ଏନେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ନେଇ ସୂଚନା ମିଳିନଥିଲେ ମଧ୍ୟ ଅନେକ ଲୋକେ ଭଗ୍ନାବଶେଷ ତଳେ ଫସି ଛନ୍ତି ।

ଏନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଠା ଭୁଶୁଡିବା ଫଲରେ ଏକ ଟ୍ରକ୍ ମଧ୍ୟ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.