Latest Odisha News

ପାକିସ୍ତାନରେ ପୁଣି ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶନିବାର ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଏହି ବୋମା ବିସ୍ଫୋରଣ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।

ସୂଚନା ଥାଉକି କିଛି ଦିନ ପୂର୍ବରୁ ପାକିସ୍ତାନର ବାଜୌରରେ ଏକ ନିର୍ବାଚନ ରାଲି ବେଳେ ଆତ୍ମଘାତୀ ବିସ୍ଫୋରଣରେ ୬୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଥିଲା। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଖାଇବର-ପାଖତୁନଖୱା ରାଜ୍ୟର ଖାଇବର ଜିଲ୍ଲାରେ ଗୁଇନ୍ଦା ଅପରେସନ ସମୟରେ ପାକିସ୍ତାନୀ ସେନା ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ୧୮-୧୯ ଅଗଷ୍ଟ ରାତିରେ କରାଯାଇଥିଲା ବୋଲି ସୁରକ୍ଷା ବାହିନୀ କହିଛି। ଏହି ସମୟରେ ଉଭୟ ପାର୍ଶ୍ୱରୁ ଗୁଳିବିନିମୟ ହୋଇଥିଲା ଏବଂ ସେନା ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

Leave A Reply

Your email address will not be published.