Latest Odisha News

BREAKING NEWS

ଭୟଙ୍କର ସଡକ ଦୁର୍ଘଟଣା, ୧୦ ମୃତ, ୨୮ ଆହତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ଟି ଗାଡ଼ିକୁ ଧକ୍କା ଦେଲା ଗୋଟିଏ ଟ୍ରକ । ଦୁର୍ଘଟଣାରେ ୧୦ମୃତ, ୨୮ ଆହତ । ମହାରାଷ୍ଟ୍ର ହଇୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଲାଇଛି । ପ୍ରାଥମିକ ରିପୋର୍ଟ ଅନୂଯାୟୀ ଟ୍ରକ ଟିର ବ୍ରେକ ଫେଲ ହୋଇଥିବାରୁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ-ଆଗ୍ରା ହାଇୱେର ପଲାସନେର ଗାଁ ନିକଟରେ ଗୋଟିଏ କଣ୍ଟେନର ବୋଝେଇ ଟ୍ରକ୍ ବିପରୀତ ଦିଗରୁ ଆସି ତିନୋଟି ଗାଡିକୁ ଧକ୍କା ଦେଇଥିଲା । ଦର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହୋଇଥିବା କାର ଓ ୨ଟି ବାଇକ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ ଦୁର୍ଘଟଣାରେ ଚାଲିଯାଇଥିଲା ୧୦ ଜଣଙ୍କ ଜୀବନ । ପୋଲିସ ଓ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଲାଇଛି ପୋଲିସ ।  

 

Comments are closed.