Latest Odisha News

ଆହୁରି ସପ୍ତାହେ କଲବଲ କରିବ ଜାଡ

ଭୁବନେଶ୍ବର: ଓଡ଼ିଶାରେ ଘନ କୁହୁଡ଼ି ସହିତ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ଯାହା ଫଳରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଜିଲ୍ଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆହୁରି ସପ୍ତାହେ କଲବଲ କରିବ ଜାଡ। ଘନ କୁହୁଡି ଓ ସୁଲୁସୁଲିଆ ଦକ୍ଷିଣା ପବନ ଶୀତକୁ ଦ୍ବିଗୁଣିତ କରୁଛି। ତେବେ ଶୁକ୍ରବାର ରାତିରେ ରାଜ୍ୟରେ ଅତି କମରେ ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦° ସେଲସିୟସ୍ ତଳେ ରହିଥିଲା। କୋରାପୁଟ ଓଡ଼ିଶାର ସବୁଠାରୁ ଥଣ୍ଡା ସ୍ଥାନ ଭାବରେ ଉଭା ହୋଇଛି। ଏଥରେ ୪.୮° ସେଲସିୟସ୍ ଥଣ୍ଡା ରେକର୍ଡ କରାଯାଇଛି। ଯାହା ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା।

ଅନ୍ୟାନ୍ୟ ଜିଲ୍ଲା ମଧ୍ୟରେ ଦାରିଙ୍ଗବାଡିରେ ୬.୫° ସେଲସିୟସ୍ ରେକର୍ଡ କରାଯାଇଛି। ଝାରସୁଗୁଡାରେ ୭.୨° ସେଲସିୟସ୍ ଏବଂ ଫୁଲବାଣୀରେ ୭.୫° ସେଲସିୟସ୍ ରେକର୍ଡ କରାଯାଇଛି। ରାଉରକେଲାରେ ପାରଦ ୮° ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇଛି। ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ଭବାନୀପାଟଣାରେ ଯଥାକ୍ରମେ ୮.୫° ସେଲସିୟସ୍, ୯° ସେଲସିୟସ୍ ଏବଂ ୯.୮° ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ କଟକରେ ୧୨.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

 

Leave A Reply

Your email address will not be published.