Latest Odisha News

BREAKING NEWS

ଜାଡରେ ଥରୁଛି ସାରା ଭାରତ, ଆହୁରି ଗୋଟେ ଦିନ ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ଵର: ଶୀତରେ ଥରୁଛି ସାରା ଦେଶ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ ଭଙ୍ଗା ଜାଡ଼ ଜାରି ରହିଛି। ଶୀତ ସାଙ୍ଗକୁ କୋହଲା ପବନ ବି ବହୁଛି। ସେପଟେ ରାଜ୍ୟରେ ଆହୁରି ଗୋଟେ ଦିନ ଅସ୍ତବ୍ୟସ୍ତ କରିବ ଶୀତ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆସନ୍ତା ୨ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ସପ୍ତାହ ପରେ ରାଜ୍ୟରେ ଶୀତ ପୂରା କମିଯିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ଆଜି ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୭ ଡିଗ୍ରୀ, ଝାରସୁଗୁଡ଼ାରେ ୮ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରୀ, କୋରାପୁଟ, ନବରଙ୍ଗପୁର, ବାରିପଦା ଓ ବାଲେଶ୍ୱରରେ ୧୧ ଡିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିବ ବୋଲି ଆକଳନ କରିଛି ବିଭାଗ । ସେହିପରି ଆଜି ଏବଂ ଆସନ୍ତାକାଲି ସକାଳ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି। ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ କେନ୍ଦୁଝର ମୟୂରଭଞ୍ଜରେ କୁହୁଡି ସମ୍ଭାବନା ରହିଛି।

ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ଶୀତ କୁ ଘନ କୁହୁଡି । ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡ଼ି ହେତୁ ଦୃଶ୍ୟମାନ ଦୁରତା କମ ରହୁଛି । କିଛି ସ୍ଥାନରେ ଦୃଶ୍ୟମାନ ଦୁରତା ଜିରୋ ରେକର୍ଡ କରାଯାଇଛି । ଘନ କୁହୁଡ଼ି କାରଣରୁ ବିମାନ ସେବା ବ୍ୟାହତ ହୋଇଛି । ଗତକାଲି ରାତିରେ ୧୨ରୁ ଅଧିକ ବିମାନକୁ ଜୟପୁରକୁ ପଠାଯାଇଥିଲା। ସେହିପରି କିଛି ବିମାନକୁ ଡାଇଭର୍ଟ କରାଯାଇଛି । ସେପଟେ ରେଳ ଚଳାଚଳ ମଧ୍ୟ ବ୍ୟାହାତ ହୋଇଛି । ଘନ କୁହୁଡି କାରଣରୁ ଟ୍ରେନ ବିଳମ୍ବ ହେଉଛି ।

 

Comments are closed.