Latest Odisha News

BREAKING NEWS

UAE swept by floods: ଅଦିନିଆ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି, ଯାତାୟତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ବଢାଇଲା ଚିନ୍ତା । ୟୁଏଇରେ ବନ୍ୟା ପରିସ୍ଥିତି । ମଧ୍ୟପ୍ରାଚ୍ୟ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସମସ୍ତଙ୍କୁ ଚକିତ କରିଛି । ଯେଉଁଠାରେ କ୍ୱଚିତ୍ ବର୍ଷା ହୁଏ ଏବେ ଏତେ ପରିମାଣରେ ବର୍ଷା ସ୍ଥିତିକୁ ବେହାଲ କରିଛି । ଦେଶ ଯେତେବେଳେ ବଡ଼ ଦିନ ଛୁଟି ପାଇଁ ପ୍ରସ୍ତୁତ ହେଉଛି ସେହି ସମୟରେ ବନ୍ୟା ଚିନ୍ତା ସୃଷ୍ଟି କରିଛି ।ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ ଟଇଋର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିଲା । ପାଣି ଛିଡା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଏକପ୍ରକାର ଠପ ହୋଇଛି । ବନ୍ୟା ପାଣି ଲୋକଙ୍କୁ ଘର ଭିତରେ ପଶିଛି । କିଛି ସ୍ଥାନରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଯାହା ଫଳରେ ଜଳ ପାଇଁ ଜନଜୀବନ ଏକଦମ ବନ୍ଦ ହୋଇପଡିଥିଲା । ବନ୍ୟା ପାଇଁ ଅନେକ ବିମାନ ବାତିଲ କରାଯାଇଛି । ରାସ୍ତାରେ ପାଣି ଜମିଥିବାରୁ ଜନଜୀବନ ଠପ୍ ହୋଇଛି ।

Leave A Reply

Your email address will not be published.