Latest Odisha News

BREAKING NEWS

ହୋଟେଲରେ ଚାଲିଥିବା ସେକ୍ସ ରାକେଟ, ୬ ଗିରଫ

ଭଦ୍ରକ: ଶନିବାର ଏକ ହୋଟେଲରେ ଚଢ଼ାଉ କରି ସେକ୍ସ ରାକେଟ୍ ଠାବ କରିଛି ପୋଲିସ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଭଦ୍ରକ ଟାଉନ୍ ଥାନା ଅଧୀନ ବାଇପାସ୍ ରୋଡ୍ ନିକଟରେ ଥିବା ଏହି ହୋଟେଲ୍ ଉପରେ ଚଢ଼ାଉ କରି ଏହି କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ତିନି ଜଣ ଯୌନକର୍ମୀ, ଦୁଇ ଜଣ ଗ୍ରାହକ ଏବଂ ହୋଟେଲ ମାଲିକ ସାମିଲ ଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଏହି ରାକେଟରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଭଦ୍ରକ ସିଟି ଡିଏସପି କହିଛନ୍ତି, ଅନେକ ମାସ ଧରି ଏହି ହୋଟେଲରେ ସେକ୍ସ ରାକେଟ୍ ଚାଲିଥିଲା।

ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ସେକ୍ସ ରାକେଟର ପର୍ଦ୍ଦାଫାଶ ହେବା ଏହା ଦ୍ୱିତୀୟ ଘଟଣା। ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଏକ ଘରୁ ସେକ୍ସ ରାକେଟ୍ ଠାବ କରି ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ଉଦ୍ଧାର କରିଛି।

Comments are closed.