Latest Odisha News

BREAKING NEWS

ଖୋର୍ଦ୍ଧାରେ ସେକ୍ସ ରାକେଟ ଠାବ; ୭ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ବିକାଶ ନଗର ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟକୁ ଗୁରୁବାର ଦିନ ପୋଲିସ ଠାବ କରିଛି। ଏହି ମାମଲାରେ ଅଭିଯୁକ୍ତ କିଙ୍ଗପିନ୍ ସମେତ ସାତ ଜଣଙ୍କୁ ଅଟକ ରଖାଯାଇଛି।

ଗତ କିଛି ଦିନ ଧରି ଚାଲିଥିବା ଏହି ସେକ୍ସ ରାକେଟ ବିଷୟରେ ସୂଚନା ପାଇ ଖୋର୍ଦ୍ଧା ମଡେଲ୍ ପୋଲିସ ଷ୍ଟେସନ୍ ଏବଂ ସ୍ପେଶାଲ୍ ସ୍କ୍ବାଡ୍ ମିଳିତ ଭାବରେ ଏକ ଟିମ୍ ଗଠନ କରି ଏହା ଉପରେ ଚଢାଉ କରିଥିଲେ।

ତଲାସି ସମୟରେ ପୋଲିସ ଟିମ୍ ସେକ୍ସ ରାକେଟରେ ସାମିଲ ଥିବା ସନ୍ଦେହରେ ତିନି ଜଣ ମହିଳା ଏବଂ ଘରେ ଉପସ୍ଥିତ ଚାରି ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଥିଲା। ସେକ୍ସ ରାକେଟର ଅଭିଯୁକ୍ତ କିଙ୍ଗପିନକୁ ମଧ୍ୟ ହେପାଜତକୁ ନିଆଯାଇଥିବା ଜଣାପଡ଼ିଛି।

ତେବେ ଏକ ଭଡା ଘରେ ଏହି ରାକେଟ ଗୁପ୍ତ ଭାବରେ ପରିଚାଳନା କରାଯାଉଥିବା ନେଇ ସୂଚନା ମିଳିଛି। ଏହି ରାକେଟରେ ଆହୁରି ଲୋକ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ପୋଲିସ ଅଟକ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଥିବା ନେଇ କୁହାଯାଇଛି।

 

Comments are closed.