Latest Odisha News

ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ: ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍‌ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଅଭିଯୋଗ । ଏହାପରେ ବ୍ଲାକ ମେଲ୍‌ କରି ଲକ୍ଷାଧିକ ଟଙ୍କା ହଡ଼ପ । ପୁଣି ଟଙ୍କା ମାଗି ନ ପାଇବାରୁ ସୋସିଆଲ ମିଡିଆରେ ଭାଇରାଲ କଲା । ଏଥିପାଇଁ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

ସେପଟେ ଗିରଫ ନାଇଜେରିଆ ନାଗରିକକୁ ରିମାଣ୍ଡରେ ଆଣିବୁ ବୋଲି ଗଣମାଧ୍ୟମକୁ କହିଛନ୍ତି କଟକ ଡିସିପି ଖିଲାରି ରିସିକେଶ୍ ଦ୍ୟାନଦେଓ । ଏକାଧିକ ବ୍ୟକ୍ତିର ପରିଚୟ ଦେଇ ଠକେଇ କରିଛନ୍ତି ଅଭିଯୁକ୍ତ ଜଣଙ୍କ । ଏପରିକି ନ୍ୟୁଜିଲାଣ୍ଡରୁ ମଧ୍ୟ ପେମେଣ୍ଟ ତାଙ୍କ ଆକାଉଣ୍ଟକୁ ଆସିଛି । ଅଭିଯୁକ୍ତଠୁ ୫ଟି ମୋବାଇଲ୍‌ ଓ ୮ଟି ସିମ୍‌ ଜବତ କରାଯାଇଛି । ତେବେ ଏହିପରି ଯଦି ଆଉ କେହି ଠକାମୀର ଶିକାର ହୋଇଛନ୍ତି ତେବେ ଆମକୁ ଜଣାଇପାରିବେ । ଅନେକ ଫେକ୍‌ ପ୍ରୋଫାଇଲ୍‌ ତା ମୋବାଇଲ୍‌ରୁ ମିଳିଛି । ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବୁ ବୋଲି କହିଛନ୍ତି ଡିସିପି ।

Comments are closed.