ନ୍ୟୁୟର୍କ: ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରପତୱନ୍ତ ସିଂ ପନ୍ନୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଜୋରସୋରରେ ପ୍ରସାରିତ ହୋଇଥିଲା । ଏହି ଘଟଣାର ସତ୍ୟତା ପୃଷ୍ଟି ହୋଇ ନ ଥିବା ବେଳେ ଗୁରୁବାର ଏହି ଆତଙ୍କବାଦୀଜଣଙ୍କ ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ଭିଡିଓ ଜାରୀ କରିବା ସହ ପରୋକ୍ଷରେ ଧମକ ମଧ୍ୟ ଦେଇଛି । ଏହି ଭିଡିଓ ଏବଂ ତାଙ୍କ ମୃତ୍ୟୁ ନେଇ ଦ୍ୱନ୍ଦ୍ୱ ଜାରୀ ରହିଛି । ୧ ଜୁଲାଇ ୨୦୨୨ରେ ତାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷିତ କରିଥିଲା । ଏବେ ନିକଟରେ ହାର୍ଦ୍ଦିକ ସିଂ ନିଜ୍ଜର, ଅବତାର ସିଂ ଏବଂ ଅନ୍ୟ କେତେ ଜଣଙ୍କ ମୃତ୍ୟୁ ଘଟିବା ପରେ ପନ୍ନୁ ଭୟଭୀତ ହୋଇଥିବା ଜଣାପଡିଛଇ ।
ସେ ଦୀର୍ଘ ଦିନ ଧରି ଅଣ୍ଡରଗ୍ରାଉଣ୍ଡ ରହିଛି । ଜୁଲାଇ ୨୦୨୦ରେ ପଞ୍ଜାବ ପୋଲିସ ଅମ୍ରିତସର ଏବଂ କାପୁରଥାଲାରେ ପନ୍ନୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ପାକିସ୍ତାନର ଆଇଏସଆଇ ସହ ହାତ ମିଳାଇ ପନ୍ନୁ ଭାରତରେ ଖଲିସ୍ତାନ ଗଠନ ନେଇ ଶିଖ ଯୁବକମାନଙ୍କୁ ପ୍ରଲୋଭିତ କରି ଭାରତ ବିରୋଧୀ ଆନ୍ଦୋଳନରେ ସାମିଲ କରୁଛି ।
Comments are closed.