Latest Odisha News

୨ ନାତୁଣୀଙ୍କ ସହ ଚେସ୍ ଖେଳିଲେ ଅମିତ୍ ଶାହା, ଫଟୋ କଲେ ସେୟାର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏବେ ଖୁବ୍ ଚର୍ଚ୍ଚାରେ । କୌଣସି ରାଜନୈତିକ ଘଟଣାକୁ ନେଇ ନୁହେଁ, ନିଜ ବ୍ୟକ୍ତିଗତ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅମିତ୍ ଶାହା ପୁଣି ଦୁଇ ନାତୁଣୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଶାହା ଏହି ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଶାହା ଦୁଇ ନାତୁଣୀଙ୍କ ସହ ଚେସ ଖେଳୁଥିବା ନଜର ଆସିଛନ୍ତି । କ୍ୟାପସନରେ ଅମିତ ଶାହା ଲେଖିଛନ୍ତି, ଗୋଟିଏ ଭଲ ପଦକ୍ଷେପରେ ସନ୍ତୁଷ୍ଟ ହୁଅ ନାହିଁ, ସର୍ବଦା ଭଲ ଖୋଜ ।

ପୂର୍ବରୁ ମଧ୍ୟ ଶାହା ତାଙ୍କ ନାତୁଣୀଙ୍କ ସହ ହ୍ୱାଟସ ଆପରେ ଏକ ଫଟୋ ସେୟାର କରିଥିଲେ । ବଗିଚାରେ ଏକ ଚେୟାରରେ ବସିଥିବା ନାତୁଣୀଙ୍କ ସହ ଏକ ଫଟୋ ପୋଷ୍ଟ କରି ଅମିତ ଶାହା ଏକ ପ୍ରେରଣାଦାୟକ କ୍ୟାପସନ ଲେଖିଛନ୍ତି । ଉଭୟ ନାତୁଣୀମାନେ ସେମାନଙ୍କ ଜେଜେବାପାଙ୍କୁ ବହୁତ ଭଲ ପାଆନ୍ତି । ଅମିତ ଶାହା ଏବଂ ତାଙ୍କ ସ୍ତ୍ରୀ ସୋନାଲ ଶାହାଙ୍କର ପୁଅ ଜୟ ଶାହା । ଯିଏକି ବର୍ତ୍ତମାନ ବିସିସିଆଇର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed.