Latest Odisha News

BREAKING NEWS

୮ଟି ଫିଲ୍ମରେ ଡବଲ ରୋଲ୍ କରିଛନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ଼ର କିଙ୍ଗ୍‌ଖାନ ଶାହାରୁଖ ଏବେ ତାଙ୍କ ଫିଲ୍ମ ଯବାନଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର ୪ର୍ଥ ଦିନରେ ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । କେବଳ ଯବାନ ନୁହେଁ ଏହା ପୂର୍ବରୁ ପଠାନ ମଧ୍ୟ ରେକର୍ଡ଼ ଭାଙ୍ଗିଥିଲା । ଏଥିସହିତ ଶାହାରୁଖ ଆହୁରି ଅନେକ ହିଟ୍ ଫିଲ୍ମ ଲୋକଙ୍କୁ ଭେଟି ଦେଇଛନ୍ତି । ସେ ତାଙ୍କ ପ୍ରତିଭା ଏବଂ ବହୁ ପରିଶ୍ରମ ବଳରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି ।

ପ୍ରଶଂସକମାନେ ଫିଲ୍ମ ‘ଯବାନ’ ଦେଖିବା ପରେ ଏହି ଫିଲ୍ମରେ ଶାହାରୁଖଙ୍କ ଡବଲ ରୋଲ୍‌କୁ ଖୁବ୍ ପ୍ରଶଂସା ବି କରିଛନ୍ତି । ଖାଲି ଯବାନ ନୁହେଁ, ପୂର୍ବରୁ ଶାହାରୁଖ ୭ଟି ଫିଲ୍ମରେ ଡବଲ ରୋଲ କରିସାରିଛନ୍ତି । ଏହି ଫିଲ୍ମଗୁଡ଼ିକ ମଧ୍ୟରେ ଫ୍ୟାନ୍‌, ଓମ୍ ଶାନ୍ତି ଓମ୍‌, ରବ୍ ନେ ବନା ଦି ଯୋଡ଼ି, ଡନ୍‌, ପହେଲି, କରଣ ଅର୍ଜୁନ, ଡୁପ୍ଲିକେଟ୍‌, ଇଂଲିଶ ବାବୁ ଦେଶୀ ମେମ୍‌୍ ରହିଛି । ତାଙ୍କ ଡ଼ବଲ ରୋଲକୁ ମଧ୍ୟ ଲୋକେ ବହୁତ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.