Latest Odisha News

BREAKING NEWS

‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଖାନ୍

ମୁମ୍ବାଇ: ‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ଶାହରୁଖ ଖାନ୍‌। ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ପକ୍ଷରୁ ଶାହରୁଖ ଖାନଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। ‘କିଙ୍ଗ୍ ଅଫ୍ ରୋମାନ୍ସ’ ବା ‘କିଙ୍ଗ୍ ଅଫ୍ ଫାଣ୍ଟାସି’ ଶାହରୁଖ ଖାନ୍‌ଙ୍କୁ ନେଇ ବ୍ରାଣ୍ଡ୍‌ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛି।

‘କିଙ୍ଗ ଅଫ ବିସ୍କୁଟ୍‌ସ’ ଶକ୍ତି ସହିତ ‘କିଙ୍ଗ ଅଫ ବଲିଉଡ’ ଯୋଗ ଦେଉ ଥିବାରୁ ବିଜ୍ଞାପନ ଏବଂ ବ୍ରାଣ୍ଡିଂ କ୍ଷେତ୍ରରେ ସେମାନଙ୍କର ଏହି ସହଯୋଗିତା ଏକ ନୂତନ ଯୁଗ ଆରମ୍ଭ ନିମନ୍ତେ ମଞ୍ଚ ପ୍ରସ୍ତୁତ କରିଛି। କମ୍ପାନୀର ପ୍ରିମିୟମ୍ ଉତ୍ପାଦ ପରିସରର ନୂତନ ବ୍ରାଣ୍ଡ ଆମ୍ବାସଡର ହେବା ପରେ ଶାହାରୁଖଙ୍କୁ କମ୍ପାନୀର ସମସ୍ତ ବିଜ୍ଞାପନରେ ଦେଖିବାକୁ ମିଳିବ। ଏହା ସହିତ କମ୍ପାନୀ ଏକ ନୂତନ ବିଜ୍ଞାପନ ମଧ୍ୟ ଲଞ୍ଚ କରିଛି। ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’ରେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ଏହି ଫିଲ୍ମ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ତାଙ୍କର ନିକଟରେ ନିର୍ମିତ ଫିଲ୍ମ’ ପଠାନ ‘ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା।

ସନଫିଷ୍ଟ ତା’ର ଗ୍ରାହକମାନଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ‘ସନଫିଷ୍ଟ ଡାର୍କ ଫାଣ୍ଟାସି ‘ପ୍ରତ୍ୟେକ ହୃଦୟର କଳ୍ପନା’ ନାମରେ ନିଜର ନବୀକୃତ ବ୍ରାଣ୍ଡ୍‌ ପରିଚିତି ପ୍ରଚଳନ କରିଛି। ସନଫିଷ୍ଟର ଡାର୍କ ଫାଣ୍ଟାସି ନିଜ ଯାତ୍ରାରେ ଲଗାତାର ଅଗ୍ରସର ହେଉଛି। ଏହା ଉପଭୋକ୍ତାମାନଙ୍କୁ ଶାହରୁଖ ଖାନଙ୍କ ଆକର୍ଷଣ ଏବଂ ବ୍ରାଣ୍ଡ୍‌ ବିସ୍କୁଟର ମନମୁଗ୍ଧକର ସ୍ୱାଦର ମାର୍ଗଦର୍ଶନ ଯାତ୍ରାରେ ଭାଗ ନେବାକୁ ଆମନ୍ତ୍ରଣ କରୁଛି। ଏ ସମ୍ପର୍କରେ ଆଇଟିସି ଫୁଡସର ଚିଫ୍ ଅପରେଟିଂ ଅଫିସର ଅଲି ହ୍ୟାରିସ କହିଛନ୍ତି, ସନଫିଷ୍ଟ ଫାଣ୍ଟାସିର ନୂତନ ଚେହେରା ଭାବେ ବଲିଉଡ କିଙ୍ଗ୍ ଶାହରୁଖ ଖାନ୍‌ଙ୍କୁ ପାଇ ଆମେ ବେଶ ଉତ୍ସାହିତ ଅଛୁ।

Leave A Reply

Your email address will not be published.