Latest Odisha News

BREAKING NEWS

ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ

ମୁମ୍ବାଇ: ୟଶ ରାଜ ଫିଲ୍ମସର ବ୍ଲକବଷ୍ଟର ଫିଲ୍ମ “ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ’ର ୩୦ ବର୍ଷ ପୂରଣ ଅବସରରେ ଗୁରୁବାର ଦିନ ଲିସେଷ୍ଟର ସ୍କୋୟାରରେ ଶାହରୁଖ ଖାନଙ୍କ ସିଗ୍ନେଚର ପୋଜର ଏକ ପ୍ରତିମା ଉନ୍ମୋଚିତ ହୋଇଛି।

ଏହି ଅବସରରେ ୟଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଧାନୀ ଏବଂ ହାର୍ଟ ଅଫ୍ ଲଣ୍ଡନ ବିଜନେସ୍ ଆଲାଏନ୍ସର ସିଇଓ ରସ୍ ମୋର୍ଗାନ୍ ମଧ୍ୟ ଉପସ୍ଥିତ ଥିଲେ। ତେବେ “ହ୍ୟାରି ପୋଟର୍,” “ମେରୀ ପପିନ୍ସ,” “ପାଡିଂଟନ୍,” ଏବଂ “ସିଙ୍ଗିଂ ଇନ୍ ଦ ରେନ୍” ଭଳି ଫିଲ୍ମର ଚରିତ୍ର ପ୍ରତିମା ମାନଙ୍କରେ ସାମିଲ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।

ଶାହରୁଖ ଖାନ ଏବଂ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ ହେଉଥିବାର ଭିଡିଓ ଏବଂ ଫଟୋ ଗୁଡ଼ିକୁ ଶାହାରୁଖଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଶାହରୁଖ ଏକ କଳା ରଙ୍ଗର ସୁଟ୍ ଓ କାଜୋଲ୍ ହାଲୁକା ସବୁଜ ରଙ୍ଗର ଶାଢ଼ି ପିନ୍ଧିବା ସହ ଉଭୟ ଏକାଠି ଫୋଟୋ ଉଠାଉଥିବାର ମଧ୍ୟ ନଜର ଆସିଥିଲେ।

ଆଦିତ୍ୟ ଚୋପ୍ରାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଅଟେ। ଏହି ଫିଲ୍ମର ଚରିତ୍ର ରାଜ ଏବଂ ସିମରନ୍ ଆଜି ମଧ୍ୟ ଲୋକମାନଙ୍କୁ ଆକର୍ଷିତ କରିବାରେ ସଫଳତା ହାସଲ କରିଆସୁଛନ୍ତି।

 

Comments are closed.