Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନୂଆ ସଂସଦ ଭବନ ପାଇଁ ଭଏସ ଓଭର ଦେଲେ ଶାହରୁଖ ଓ ଅକ୍ଷୟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦ୍‌ଘଟାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମସ୍ତ ଧର୍ମର ପ୍ରାର୍ଥନା ସହ ନୂଆ ସଂସଦ ଭବନକୁ ସର୍ବଧର୍ମ ସମନ୍ୱୱ କରାଯାଉଛି। ସମସ୍ତେ ଉପସ୍ଥିତ ରହିଛନ୍ତି। ତେବେ ଉଦ୍‌ଘାଟନ ପୂର୍ବରୁ ନୂଆ ସଂସଦ ଭବନ ବିଷୟରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି। ନୂଆ ସଂସଦ ଭବନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶାହରୁଖ ଖାନ୍ ଓ ଅକ୍ଷୟ କୁମାର ଭଏସ୍ ଓଭର ଦେଇଛନ୍ତି।

ଶାହରୁଖ ଓ ଅକ୍ଷୟଙ୍କ ଭଏସ ଓଭର ଥିବା ଭିଡିଓକୁ ନିଜେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶାହରୁଖ ଖାନ୍‌ ଓ ଅକ୍ଷୟ କୁମାର ତାଙ୍କର ଭଏସ ଓଭରରେ ନୂଆ ସଂସଦ ଭବନରେ ଭବ୍ୟତା ଓ ଭାରତର ଏକାଗ୍ରତାର ଗୁଣଗାନ କରିଛନ୍ତି। ଏହି ଭିଡିଓକୁ ଏକାଧିକ ସେଲିବ୍ରେଟି ଓ ରାଜନୈତିକ ନେତାମାନେ ଶେୟାର କରିଛନ୍ତି।

ତେବେ ମେ ୨୬ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ନେତାମାନେ ନୂଆ ସଂସଦ ଭବନର ଏକ ଭିଡିଓ ଶେୟାର କରିଥିଲେ। ହେଲେ ଏଥିରେ କୌଣସି ବେକ୍‌ଗ୍ରାଉଣ୍ଡ ମ୍ୟୁଜିକ ନଥିଲା କି ଭଏସ୍ଓଭର ନଥିଲା। ପରେ ପ୍ରଧାନମନ୍ତ୍ରୀ ଶାହରୁଖ ଓ ଅକ୍ଷୟ କୁମାରଙ୍କୁ ଅନୁରୋଧ କରି ଏଭସ ଓଭର ଦେବାକୁ କହିଥିଲେ। ଏଥିର ମୋଦୀ ଟ୍ୱିଟ୍ କରି ଲେଖିଥିଲେ “ମୁଁ ଏକ ବିଶେଷ ଅନୁରୋଧ କରୁଛି ଯେ ସଂସଦ ଭବନକୁ ନେଇ ଥିବା ନିଜ ବିଚାର ସହ ଆପଣ ନିଜ ଭଏସ ଓଭରରେ ଭିଡିଓକୁ ଶେୟାର କରନ୍ତୁ। ମୁଁ ଏହାକୁ ରି-ଟ୍ୱିଟ୍ କରିବି।”

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଦୁଇ ଷ୍ଟାର୍ ଭଏସ୍ ଦେଇଛନ୍ତି। ଶାହରୁଖ ନୂଆ ସଂସଦ ଭବନକୁ ସମ୍ବିଧାନକୁ କାଏମ ରଖିଥିବା ଲୋକମାନଙ୍କ ପାଇଁ ନୂଆ ଘର କହିଥିବା ବେଳେ ଅକ୍ଷୟ ଏହାକୁ ଭାରତର ଅଭିବୃଦ୍ଧିର ଆଇକନିକ ସିମ୍ବଲ ବୋଲି କହିଛନ୍ତି। ଦୁଇଷ୍ଟାର୍ ଏହି ଭଡିଓକ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍ ମଧ୍ୟ କରିଛନ୍ତି।

Leave A Reply

Your email address will not be published.