Latest Odisha News

BREAKING NEWS

ଭେଣ୍ଟିଲେଟରରେ ଥାଇ ‘ଯବାନ’ ଫିଲ୍ମ ଦେଖିଲେ ପ୍ରଶଂସକ, ଶାହରୁଖ ଦେଲେ ଏମିତିି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ନିକଟରେ ଶାହାରୁଖଙ୍କ ଜଣେ ପ୍ରଶଂସକ ଭେଣ୍ଟିଲେଟରରେ ଥାଇ ହଲରେ ବସି ‘ଯବାନ’ ଫିଲ୍ମ ଦେଖିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଶାହାରୁଖ ଦେଖିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଶାହରୁଖଙ୍କ ପ୍ରଶଂସକ କେବଳ ଦେଶ ଭିତରେ ନୁହେଁ ଦେଶ ବାହାରେ ବି ରହିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ତାଙ୍କର ଫିଲ୍ମ ‘ଯବାନ’ ମାତ୍ର ୧୧ଦିନ ମଧ୍ୟରେ ୯୦୦କୋଟି ଟଙ୍କା ଆୟ କରି ପାରିଛି । ଏହାକୁ ଦେଖି ଶାହରୁଖଙ୍କ କେତେ ପ୍ରଶଂସକ ରହିଛନ୍ତି, ତାହା ସ୍ପଷ୍ଟ ହୋଇଛି । ଶାହାରୁଖଙ୍କ ଅନୀଶ ନାମକ ଜଣେ ପ୍ରଶଂସକ ଭେଣ୍ଟିଲେଟରରେ ଥାଇ ବି ‘ଯବାନ’ ଦେଖିଛନ୍ତି । ଏହି ଖବର ଶାହରୁଖଙ୍କ ନଜରକୁ ଆସିବା ପରେ ସେ ଏକ୍ସରେ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ ଭାଇରାଲ ହେଉଥିବା ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଧନ୍ୟବାଦ ମୋର ବନ୍ଧୁ … ଭଗବାନ ତୁମକୁ ଦୁନିଆର ସମସ୍ତ ସୁଖ ଦିଅନ୍ତୁ । ମୁଁ ତୁମଠାରୁ ଏତେ ଭଲପାଇବା ପାଇଥିବାରୁ ବହୁତ କୃତଜ୍ଞ । ଆଶା କରୁଛି ତୁମେ ଏହି ଫିଲ୍ମକୁ ପସନ୍ଦ କରିଛ ।

Leave A Reply

Your email address will not be published.