ନୂଆଦିଲ୍ଲୀ: ଶାହରୁଖ ଯେ ବଲିଉଡ୍ ବାଦଶାହ ଏକଥାକୁ ଦର୍ଶକେ ପ୍ରମାଣିତ କରି ଦେଖାଇଛନ୍ତି। ୪ ଦିନରେ ଫିଲ୍ମ ୪୦୦ କୋଟି ଛୁଇଁଛି। ୪ ବର୍ଷ ଧରି ବଡ଼ ପରଦାକୁ ଆସିପାରି ନଥିବା ଶାହରୁଖାନଙ୍କ ଫିଲ୍ମ ପ୍ରଥମ ଦିନରୁ ହିଟ୍ ହୋଇଛି। ସାରା ବିଶ୍ୱରେ ଫିଲ୍ମର ଆୟ ୪୦୦ କୋଟି ପାର୍ କରିଥିବା ବେଳେ ଭାରତରେ ୨୦୦ କୋଟି ପାର୍ କରିଛି। ତଥାପି ଏତିକିରେ ସୀମିତ ନାହିଁ ଫିଲ୍ମର ଜଲୱା। ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ପଠାନ।
ଜାନୁଆରୀ ୨୫ ତାରିଖରେ ରିଲିଜ୍ ହୋଇଥିବା ପଠାନ ଜାନୁଆରୀ ୨୮ ସୁଧା ଗ୍ଲୋବାଲ ବକ୍ସ ଅଫିସ୍ରେ ୪୦୦ କୋଟି ଛୁଇଁଛି। ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ ରମେଶ ବଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ୪ ଦିନରେ ପଠାନ ବିଶ୍ୱ ବକ୍ସ ଅଫିସ୍ରେ ୪୦୦ କୋଟି ପାର୍ କରିଛି ବୋଲି ରମେଶ ଟ୍ୱିଟ୍ କରିଛନ୍ତି।
ଶୁକ୍ରବାର ଜାନୁଆରୀ ୨୭ରେ ଫିଲ୍ମ ଭାରତରେ ୧୬୬ କୋଟି ଆୟ କରିଥିବା ବେଳେ ସାରା ବିଶ୍ୱରେ ୩୧୬ କୋଟି ଆୟ କରିଥିଲା। ତେବେ ପୂର୍ବ ଆକଳନ ଅନୁଯାୟୀ ଫିଲ୍ମ ବିଦେଶରେ ୬ ମିଲିୟନ ଆମେରିକୀୟ ଡଲାର(୪୯)ରୁ ଅଧିକ ଆୟ କରିବା ଆଶା କରାଯାଉଥିଲା। ଏହି ହିସାବକୁ ଦେଖିଲେ ବିଶ୍ୱ ସ୍ତରରେ ଫିଲ୍ମର ଆୟ ୪୨୦ କୋଟିରୁ ଅଧିକ ହେଉଛି।
ଭାରତରେ ୨୦୦ କୋଟି ଟପିଲା ଇନକମ୍
ପଠାନ ରିଲିଜ୍ ହେବାର ୪ ଦିନ ଭିତରେ ଭାରତରେ ସିନେମା ୨୦୦ କୋଟି ଆୟ କରିବାରେ ସଫଳ ହୋଇଛି। ଜାନୁଆରୀ ୨୮ ତାରିଖରେ ଏହି ଫିଲ୍ମ କେବଳ ୫୨ କୋଟି ଆୟ କରିଥିଲା। ରମେଶ ବଲା ଏହି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେବଳ ଶନିବାର ଫିଲ୍ମ ୩୫ ପ୍ରତିଶତ ଆୟ କରିଛି। ତେବେ ରବିବାର ଫିଲ୍ମ ଅଧିକ ଆୟ କରିବ ବୋଲି କୁହାଯାଉଛି। ଫିଲ୍ମ ଭାରତରେ ଲଗାତର ତୃତୀୟ ଥର ପାଇଁ ଦୈନିକ ଆୟ ୫୦ କୋଟି ପାର୍ କରିଛି। ଫିଲ୍ମ ଟି ଚେନ୍ନାଇ ଏକ୍ସପ୍ରେସ ଠାରୁ ଅଧିକ ଆୟ କରିବ ବୋଲି କୁହାଯାଉଛି।
Comments are closed.