Latest Odisha News

BREAKING NEWS

ତୃତୀୟ ଥର ପାଇଁ ଏନ୍‌ସିବି ଆଗରେ ହାଜର ହେଲେ ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜାମିନ ଚୁକ୍ତିନାମା ଅନୁଯାୟୀ ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାମ୍‌ନାରେ ହାଜର ହୋଇଥିଲେ।

ସୂଚନାନୁସାରେ, ଆର୍ୟନ୍‌ ରାତି ପ୍ରାୟ ୧.୩୦ଟାରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରେଜିଷ୍ଟରରେ ଦସ୍ତଖତ ପରେ ସେ ଚାଲିଯାଇଥିଲେ। କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ଏହା ଆର୍ୟନ୍‌ ତୃତୀୟ ଥର ପାଇଁ ହାଜର ହେଲେ।

ସମ୍ପ୍ରତି ଆର୍ୟନ୍‌ଙ୍କ ସହ ଜଡିତ ଡ୍ରଗ୍ ମାମଲା ମୁମ୍ବାଇର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ଦ୍ୱାରା ଅନୁସନ୍ଧାନ କରାଯାଉଛି। ଯିଏ ପୂର୍ବରୁ ଆର୍ୟନ୍‌ଙ୍କୁ ଅଧିକ ପଚରାଉଚରା ପାଇଁ ଡକାଇଥିଲା।

Leave A Reply

Your email address will not be published.