ନୂଆଦିଲ୍ଲୀ: ନିକଟରେ ଅଭିନେତା ଶାହିର ଶେଖ୍ ସୋସିଆଲ ମିଡିଆରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାହିର ଗର୍ଲଫ୍ରେଣ୍ଡ୍ ରୁଚିକା କପୁରଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ ଦୁହେଁ ଡେଟିଂ କରୁଛନ୍ତି। ଏବେ ଖବର ଆସିଛି ଯେ ଏହି ସୁନ୍ଦର ଦମ୍ପତି ଖୁବ୍ ଶୀଘ୍ର ଏକ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ସୂଚନାନୁସାରେ, ଶାହିର ଏବଂ ରୁଚିକା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଉଭୟ ଅନ୍ତରଙ୍ଗ ସମାରୋହରେ ବିବାହ କରିବେ। ଶାହିର ଏବଂ ରୁଚିକା ନିଜ ଘରେ ଏକ ଛୋଟ ସମାରୋହ କରିବାକୁ ଯାଉଛନ୍ତି, ଯେଉଁଥିରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ସାମିଲ ହେବେ।
ଶାହିର ନିକଟରେ ଇନଷ୍ଟାଗ୍ରାମରେ ରୁଚିକାଙ୍କ ଫଟୋକୁ ‘ମାଏ୍ ଗାର୍ଲ’ ବୋଲି ଲେଖିଥିଲେ। ପରେ ଶାହିର ରୁଚିକାଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କୁ ‘Ikigai’ ବୋଲି କହିଥିଲେ। ତେବେ ଏହି ଜାପାନୀ ଶବ୍ଦର ଅର୍ଥ ହେଉଛି ‘ବଞ୍ଚିବାର କାରଣ’।
Comments are closed.