Latest Odisha News

BREAKING NEWS

ଡନ ୩ ପାଇଁ ସର୍ତ ରଖିଲେ ଶାହାରୁଖ: ରିପୋର୍ଟ

ମୁମ୍ବାଇ: ରଣବୀର ସିଂଙ୍କ ଧୂରନ୍ଧର ଫିଲ୍ମ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହାର ଦ୍ୱିତୀୟ ପାର୍ଟ ମାର୍ଚ୍ଚ ୧୯ରେ ରିଲିଜ ହେବ । ରଣବୀରଙ୍କୁ ଡନ ୩ ଫିଲ୍ମ ପାଇଁ ସାଇନ କରାଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଶାହାରୁଖଙ୍କ ବଦଳରେ ଫରହାନ ଅଖତାର ରଣବୀରଙ୍କୁ ନେବା ପ୍ରଶଂସକଙ୍କୁ ପସନ୍ଦ ଆସି ନ ଥିଲା । ରଣବୀର ଡନ ୩ ବଦଳରେ ତାଙ୍କର ଆଗାମୀ ଫିଲ୍ମ ପ୍ରଳୟକୁ ଗୁରୁତ୍ୱ ଦେଇଥିଲେ । ଯାହା ଫଳରେ ମତଭେଦ ସୃଷ୍ଟି ହୋଇଥିଲା । ଶେଷରେ ରଣବୀର ଏହି ଫିଲ୍ମରୁ ଓହରି ଯାଇଥିଲେ ।

ରଣବୀର ହଟିବା ପରେ ହ୍ରିତିକ ରୋଶନଙ୍କ ସମେତ ଅନ୍ୟ ହୀରୋଙ୍କ ନାମ ଉଠିଥିଲା । ଏବେ ରିପୋର୍ଟ ମୁତାବକ ଶାହାରୁଖ ପୂନର୍ବାର ଡନ ରୋଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ ଏଥିନେଇ କୁଆଡେ ଫରହାନଙ୍କ ନିକଟରେ ଏକ ବଡ ସର୍ତ ରଖିଛନ୍ତି । ଶାହାରୁଖ କହିଛନ୍ତି ସେ ଡନ ୩ରେ ସେତେବେଳେ ଅଭିନୟ କରିବେ ସେଥିରେ ଯଦି ଜୱାନ ନିର୍ଦ୍ଦେଶକ ଏଟଲୀଙ୍କୁ ସାମିଲ କରାଯିବ । ଶାହାରୁଖ ଫିଲ୍ମକୁୂ ଆହୁରି ବଡ ଆକାରରେ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଏଟଲୀଙ୍କ ସହ ନିଜେ ମଧ୍ୟ ଫାଇନାନ୍ସ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଫରହାନଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.