Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରୁ ଅବସର ନେବେ ଶାକିବ ଉଲ ହାସନ

କାନପୁର: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଉଲ ହାସନ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ସବୁ କିଛି ଠିକଠାକ ରୁହେ ତେବେ ଦକ୍ଷିଣ ଆଫିକା ବିପକ୍ଷ ମୀରପୁର ଟେଷ୍ଟ ତାଙ୍କର ଶେଷ ମ୍ୟାଚ ହେବ । ଟେଷ୍ଟ ବ୍ୟତୀତ ସେ ଟି୨୦ରୁ ମଧ୍ୟ ଅବସର ନେବେ ବୋଲି କହିଛନ୍ତି । ୨୦୦୭ରୁ ୨୦୨୪ ପର୍ଯ୍ୟନ୍ତ ସେ ବାଂଲାଦେଶ ପକ୍ଷରୁ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ବିଶ୍ୱକପରେ ଅଂଶଗ୍ରହଣ କରିଛନ୍ତି । ୩୭ ବର୍ଷୀୟ ଶାକିବ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଘଟିବା ପରେ ଆଉ ଦେଶକୁ ଯାଇ ନାହାନ୍ତି ।

ମୀରପୁରରେ ଶେଷ ଟେଷ୍ଟ ଖେଳିବା ତାଙ୍କର ଆନ୍ତରିକ ଇଚ୍ଛା ରହିଛି । ଯଦି ସୁରକ୍ଷା ବ୍ୟବସ୍ଥାରୁ ଯାଇ ନ ପାରିବି ତେବେ କାନପୁରରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମୋର ଶେଷ ମ୍ୟାଚ ହେବ । ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ତାଙ୍କର ଶେଷ ଦିନିକିଆ ମ୍ୟାଚ ହେବ ବୋଲି ମଧ୍ୟ ଶାକିବ ଘୋଷଣା କରିଛନ୍ତି । ୨୦୦୬ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଶାକିବଙ୍କୁ ବିଶ୍ୱ କ୍ରିକେଟର ଭଲ ଅଲରାଉଣ୍ଡ ଭାବେ ଗଣତି କରାଯାଏ । ଏକମାତ୍ର ଖେଳାଳି ଭାବେ ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୪୦୦୦ ରନ ଓ ୭୦୦ ୱିକେଟ ହାସଲ କରଛନ୍ତି ।

Leave A Reply

Your email address will not be published.