Latest Odisha News

BREAKING NEWS

ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଶଲ୍ଲୁ ଜିନ୍ଦଲ

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶଲ୍ଲୁ ଜିନ୍ଦଲ । ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବଲ୍ସ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସ୍ୱଦେଶୀ ମେଳା ଇଣ୍ଡିଆନ ଆମେରିକାନ ଟ୍ରେଡ ଫେୟାରରେ ତାଙ୍କୁ ସମ୍ମାନିତ କରାଯାଇଛି । ଓଡିଶା, ଛତିଶଗଡ ଓ ଝାଡଖଣ୍ଡର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ୧୦ ନିୟୁତ ଲୋକଙ୍କ ବିକାଶ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଚିକାଗୋରେ ଥିବା ଭାରତ ଦୂତାବାସର କନସୁଲ୍ ଜେନେରାଲ୍ ସୋମନାଥ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ଶ୍ରୀମତୀ ଜିନ୍ଦଲ କୃତଜ୍ଞତା ଜଣାଇବା ସହ ଭାରତରେ ଲୋକଙ୍କ ଜୀବନ ଶୈଳୀକୁ ଆହୁରି ସମୃଦ୍ଧ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଏହି ପୁରସ୍କାର ପାଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି । ଏହି ପୁରସ୍କାର ଟିମ୍ ଜେଏସପି ଫାଉଣ୍ଡେସନର ସାମୂହିକ ପ୍ରୟାସର ଏକ ସ୍ୱୀକୃତି । ଆମ ଦେଶ ତଥା ସମଗ୍ର ବିଶ୍ୱରେ ବଞ୍ଚିିତ ତଥା ସାମାଜିକର ଦୁର୍ବଳ ବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବାକୁ ଆମର ପ୍ରଚେଷ୍ଠା ଜାରି ରହିବ ।

ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଭାବରେ ଶ୍ରୀମତୀ ଜିନ୍ଦଲ ମୁଖ୍ୟତଃ ଛତିଶଗଡ, ଓଡିଶା ଓ ଝାଡଖଣ୍ଡ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଏବଂ ସାମାଜିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି । ତାଙ୍କର ସାମାଜିକ ବିକାଶ ପ୍ରୟାସ ଗୁଡିକ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁ ପାରିବା ସହିତ ଅନେକଙ୍କ ପାଇଁ ପ୍ରେରଣାଦାୟୀ ହୋଇ ପାରିଛନ୍ତିି ।

ସାମାଜିକ ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତୀତ ଶ୍ରୀମତୀ ଜିନ୍ଦଲ ଜଣେ ବିଶ୍ୱ ସ୍ତରୀୟ କୁଚିପୁଡି ନୃତ୍ୟାଙ୍ଗନା ଭାବେ ବେଶ୍ ଜଣାଶୁଣା । ସେ ସାରା ବିଶ୍ୱରେ ଭାରତୀୟ ନୃତ୍ୟ ଏବଂ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ନ୍ୟାସନାଲ ବାଲ ଭବନର ଚେୟାରପର୍ସନ୍ ତଥା ୟଙ୍ଗ ଫିକିର ପ୍ରତିଷ୍ଠାତା ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ଛତିଶଗଡର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ସିଏସଆର ଟାଇମ୍ସ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ଲଣ୍ଡନରେ ଗୋଲଡେନ ପିକକ ପୁରସ୍କାର, ମହାତ୍ମା ଗାନ୍ଧୀ ପୁରସ୍କାର ଏବଂ ସିଙ୍ଗାପୁରର ସିଏମଓ ଏସିଆରୁ ଏକଲବ୍ୟ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

Comments are closed.