Latest Odisha News

BREAKING NEWS

ରୋହିତଙ୍କୁ ମୋଟା କହିଲେ କଂଗ୍ରେସ ନେତ୍ରୀ, ବିରୋଧ କଲେ ପାକିସ୍ତାନ ସାମ୍ୱାଦିକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ ମୋଟା କହି ଅଡୁଆରେ ପଡ଼ିଲେ କଂଗ୍ରେସ ନେତ୍ରୀ ଡା. ସମା ମୋହମ୍ମଦ। ତାଙ୍କର ଏ ପ୍ରକାର ବାୟନକୁ କ୍ରିକେଟ ପ୍ରସଂଶକମାନେ ନାପସନ୍ଦ କରିଛନ୍ତି। ଏମିତିକି ବିରୋଧୀ ନେତାମାନେ ମଧ୍ୟ କଂଗ୍ରେସ ନେତ୍ରୀଙ୍କ ଏ ପ୍ରକାର ବୟାନକୁ ନେଇ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆରେ ତ୍ରୀବ ବିରୋଧ ପରେ ଏବେ ସ୍ପଷ୍ଟିକରଣ ରଖିଛନ୍ତି ସମା ମୋହମ୍ମଦ।

ରବିବାର ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ବେଳେ ସମା ମୋହମ୍ମଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ, ରୋହିତ ଶର୍ମା ଜଣେ ଖେଳାଳି ଭାବେ ଖୁବ ମୋଟା। ତାଙ୍କୁ ଓଜନ କମାଇବାର ଆବଶ୍ୟକତା ରହିଛି। ଏହା ସହ ସେ ଆହୁରି କହିଥିଲେ ଯେ ଭାରତ କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ ଅଧିନାୟକଙ୍କ ମଧ୍ୟରେ ସେ ସବୁଠାରୁ ଓଭର ୱେଟ୍ ଅଧିନାୟକ।

ସମାଙ୍କ ଏପ୍ରକାର ବୟାନର ଜବାବ ରଖିଛନ୍ତି ଜଣେ ପାକିସ୍ତାନ ସାମ୍ୱାଦିକ। ସେ କହିଛନ୍ତି ରୋହିତ ଶର୍ମା ହେଉଛନ୍ତି ଜଣେ ୱାର୍ଲ୍ଡ କ୍ଲାସ ପରଫର୍ମର। ଆଉ ଏହାର ଜବାବରେ ସମା କହିଛନ୍ତି, ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ଼, ଧୋନି, କୋହଲି, କପିଲ ଦେବ ଓ ଶାସ୍ତ୍ରୀଙ୍କ ଭଳି କ୍ୟାପଟେନଙ୍କ ତୁଳନାରେ ରୋହିତଙ୍କ ନିକଟରେ କଣ ବିଶ୍ୱ ସ୍ତରୀୟ ରହିଛି ? ସେ କହିଛନ୍ତି ରୋହିତ ଜଣେ ସାଧାରଣ କ୍ୟାପଟେନ ସହ ସାଧାରଣ ଖେଳାଳି ମଧ୍ୟ ବର୍ତ୍ତମାନ ସେ ଟିମ୍ ଇଣ୍ଡିଆର କ୍ୟାପଟେନ ହେବାର ସୌଭାଗ୍ୟ ପାଇଛନ୍ତି। ତେବେ ସମାଙ୍କ ଏ ପ୍ରକାର ବୟାନକୁ ନେଇ ସବୁଆଡ଼ୁ ବିରୋଧ କରାଯିବା ପରେ ସୋସିଆଲ ମିଡିଆରୁ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି।

http://<blockquote class=”twitter-tweet” data-media-max-width=”560″><p lang=”en” dir=”ltr”><a href=”https://twitter.com/hashtag/WATCH?src=hash&amp;ref_src=twsrc%5Etfw”>#WATCH</a> | On her comment on Indian Cricket team captain Rohit Sharma, Congress leader Shama Mohammed says, &quot;It was a generic tweet about the fitness of a sportsperson. It was not body-shaming. I always believed a sportsperson should be fit, and I felt he was a bit overweight, so I… <a href=”https://t.co/OBiLk84Mjh”>pic.twitter.com/OBiLk84Mjh</a></p>&mdash; ANI (@ANI) <a href=”https://twitter.com/ANI/status/1896428965486841953?ref_src=twsrc%5Etfw”>March 3, 2025</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

ସବୁଆଡୁ ବିରୋଧ ପରେ ସମା ମହମ୍ମଦ ଏନେଇ ସ୍ପଷ୍ଟିକରଣ ରଖୁଛନ୍ତି । ସେ କହିଛନ୍ତି, ଖେଳାଳିଙ୍କ ଫିଟନେସକୁ ନେଇ ଏହା ଏକ ସାଧାରଣ ଟ୍ୱିଟ ଥିଲା। ମୋତେ ଲାଗିଲା ଯେ ରୋହିତ ଆବଶ୍ୟକଠାରୁ ଅଧିକ ମୋଟ ହୋଇଛନ୍ତି, ସେଥିବାପାଇଁ ଏମିତି କହିଥିଲି। ହେଲେ ମୋତେ ଅନାବଶ୍ୟକ ଭାବେ ଟାର୍ଗେଟ କରାଯାଉଛି। ଗଣତନ୍ତ୍ରରେ ସମସ୍ତଙ୍କୁ କହିବା ଅଧିକାର ରହିଛି।

Comments are closed.