Latest Odisha News

ସାକଲେନ, ଇଞ୍ଜାମାମଙ୍କ ପ୍ରକୃତ ଘର ଭାରତରେ !

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ କ୍ରିକେଟର ଇଞ୍ଜାମାମ ଉଲ ହକ ଓ ସ୍ପିନର ସାକେଲନ ମୁସ୍ତାକଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁଇ ଖେଳାଳି ପ୍ରଦର୍ଶନ ବଳରେ ପାକିସ୍ତାନକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇଛନ୍ତି । ଅବସର ନେବା ପରେ ଉଭୟ ଅନେକ ଚାଂଚଲ୍ୟକର ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏହି ଭିଡିଓର ସତ୍ୟତା ନେଇ ଓଡିଶା ସମ୍ବାଦ କୌଣସି ପୃଷ୍ଟି କରୁ ନାହିଁ । ଏହି ଭିଡିଓରେ ସାକେଲନ କହୁଛନ୍ତି ଆମେ ଭାରତର ଅମ୍ରିତସରର ବାସିନ୍ଦା । ମୋ ଜେଜେ ବାପାଙ୍କ ନାମ ରୁଡ ସିଂ । ଆମେ ହିନ୍ଦୁ ଥିଲୁ, ପରେ ମୁସଲମାନ ହୋଇ ଯାଇଥିଲୁ । ଲୋକପ୍ରିୟ କମେଡିଆନ କପିଳ ଶର୍ମା ଆମ ଗ୍ରାମର ବୋଲି ସେ କହିଛନ୍ତି । ଦୁବାଇରେ କପିଳଙ୍କୁ ଭେଟିବା ପରେ ମୁଁ ଏହି କଥା ଜାଣିଥିଲି ।

ସେହିପରି ଇଞ୍ଜାମାମ ମଧ୍ୟ ତାଙ୍କ ପୂର୍ବ ପୂରୂଷ ହିସାରର ବୋଲି କହିଛନ୍ତି । ୨୦୦୪ରେ ମୋ ବାପା, ଭାଇ ହିସାର ଯାଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ଯୋଗୁ ମୋତେ ଯିବା ପାଇଁ ସୁଯୋଗ ମିଳି ନ ଥିଲା ବୋଲି ସେ କହିଛନ୍ତି । ଯେଉଁଠାରେ ଆମେ ରହୁଥିଲୁ ସେହି ଘର ଏବେ ବି ଅଛି । ପୂର୍ବରୁ ଏହା ଏକ ବଡ ଅଟ୍ଟାଳିକା ଥିବା ବେଳେ ଏବେ ଛୋଟ ହୋଇଯାଇଛି । ସେଠାରେ ଆମ ପରିବାରର ଲୋକମାନେ ଏବେ ବି ରହୁଛନ୍ତି ।

Comments are closed.