Latest Odisha News

BREAKING NEWS

ଲଜ୍ଜା ! କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ଅଶ୍ଳୀଳ ଭିଡ଼ିଓ ଅନଲାଇନରେ ଛାଡ଼ିଲେ ଯୁବକ

ଭୁବନେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓକୁ ଅନଲାଇନରେ ଅପଲୋଡ଼ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇଜଣ ଯୁବକ ।

ପ୍ରଥମ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ଜଣେ ପ୍ରେମିକ ତା’ର ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ଅନଲାଇନ ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଦେଇଛି । ସେହିପରି ଅନ୍ୟଏକ ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ । ସମୁଦ୍ର ବାଲିପଠାରେ ଜଣେ ଯୁବତୀଙ୍କୁ ବଳପୂର୍ବକ ନଗ୍ନ କରି ତାଙ୍କର ଅଶ୍ଳିଳ ଫଟୋ ଉଠାଇ ଭିଡ଼ିଓ ରେକର୍ଡ଼ିଂ କରିନେଇଥିଲେ । ଏପରିକି ଏହି ଭିଡ଼ିଓ ଫଟୋ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ପୋଷ୍ଟିଂ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଞ୍ଚଳର ଜାମଦା ଗ୍ରାମର ୨୩ ବର୍ଷ ବୟସ୍କ ଲେମ୍ବ ନାମକ ଯୁବକକୁ ପୋଲିସ ଥାନାରେ ଅଟକ ରଖିଛି ।

ଘଟଣାରୁ ଜଣାପଡ଼ିଛି ଯେ, ଲେମ୍ବ ଗ୍ରାମର ପୀଡ଼ିତା ଯୁବତୀଙ୍କୁ ଏକପାଖିଆ ପ୍ରେମ କରି ଅସଫଳ ହୋଇଥିଲା । ତାକୁ ଧମକଚମକ ଦେବାଯୋଗୁଁ ପୀଡ଼ିତା ଜଣକ ନିଜ ଘରେ ସମସ୍ତ କଥା କହିଦେବାରୁ ଯୁବକ ଜଣକ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନେବାକୁ ମସୁଧା କରିଥିଲା ।

ଝିଅଟି କଲେଜରୁ ଗ୍ରାମକୁ ଫେରୁଥିବା ବେଳେ ଜଙ୍ଗଲ ନିକଟରେ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ପୀଡ଼ିତା ଯୁବତୀଙ୍କୁ ନିକଟସ୍ଥ ବୁଦା ନିକଟକୁ ଟେକି ନେଇଥିଲା । ସେଠାରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କର ଅଶ୍ଳିଳ ଫଟୋ ଓ ଭିଡ଼ିଓ ରେକର୍ଡ଼ିଂ କରି ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରିଦେଇଥିଲା ।

ତେବେ ଅଗଷ୍ଟ ୫ ତାରିଖରେ ସୋସିଆଲ୍ ମିଡ଼ିଆରେ ଲେମ୍ବ ଏହି ଫଟୋଗୁଡ଼ିକୁ ଛାଡ଼ିବା ପରେ ଘଟଣାଟି ସମ୍ପର୍କରେ ଜଣାପଡ଼ିଥିଲା । ଏହି ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବାପରେ ପୀଡ଼ିତାଙ୍କ ପରିବାରବର୍ଗ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତ କରି ପୋଲିସ ଲେମ୍ବକୁ ଗିରଫ କରିଛି ।

ସେହିପରି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରୀ ବେଳାଭୂମିରେ ଜଣେ ଯୁବତୀଙ୍କୁ ମାଡ଼ମାରି ଅସଦାଚରଣ କରିବା ସହିତ ପୀଡ଼ିତାଙ୍କ ନଗ୍ନ ଫଟୋ ଓ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ କିଛି ଯୁବକ ଭାଇରାଲ୍ କରିଦେଇଥିଲେ ।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଦୁଇଜଣ ଯୁବତୀ ତାଳସାରୀ ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ଏକ ବାଇକରେ ଥିବା ତିନିଜଣ ଯୁବକ ସେମାନଙ୍କୁ ଏକୁଟିଆ ପାଇ ସେମାନଙ୍କ ସହିତ ଅସଦାଚରଣ କରିଥିଲେ । ଏପରିକି ସେମାନଙ୍କୁ ନଗ୍ନ କରି ପୀଡ଼ିତାଙ୍କ ଫଟୋ ଓ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ । ନଗ୍ନ ଫଟୋ ଉଠାଇବା ପରେ ପୀଡ଼ିତାଙ୍କଠୁଁ ଏହି ଯୁବକମାନେ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଭିଡ଼ିଓ ଭାଇରାଲ୍ କରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ତେବେ ଫଟୋ ଓ ଭିଡ଼ିଓ ଗୁଡିକ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାପରେ ଘଟଣାଟି ସମ୍ପର୍କରେ ଜଣାପଡ଼ିଥିଲା । ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ମହାମାୟା ସ୍ୱୟଂ ସହାୟିକା ଗୋଷ୍ଠୀ ତାଳସାରୀ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ ।

ଏହି ଘଟଣାକୁ ନେଇ ତାଳସେରିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଡ଼ଙ୍ଗା ଚଳାଚଳ ବନ୍ଦ କରାଯାଇଥିବା ବେଳେ ସେଠାକୁ ବାଇକ୍ ବନ୍ଦ କରିଦିଆଯାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଦାବି ହେଉଛି ।

Leave A Reply

Your email address will not be published.