Latest Odisha News

କ୍ଷମା ମାଗିଲେ ମହମ୍ମଦ ସାମୀ

ମୁମ୍ବାଇ: ଆସନ୍ତା ମାସରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ତାର ଦଳ ଘୋଷଣା କରିସାରିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ମହମ୍ମଦ ସାମୀଙ୍କୁ ଏହି ଗସ୍ତରୁ ବାଦ ଦିଆଯାଇଛି । ଏ ନେଇ ସାମୀ ବିସିସିଆଇ ଓ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ଜିମରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ନାଲି ବଡ ମୁକାବିଲା ଖେଳିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି । ଖୁବ ଶୀଘ୍ର ଦଳକୁ ଫେରିବି ବୋଲି ଏହି ଷ୍ଟାର ପେସ ବୋଲରଜଣଙ୍କ କହିଛନ୍ତି ।

 ପୁଣେ ଟେଷ୍ଟ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପରୋକ୍ଷରେ ସାମୀଙ୍କ ଆଘାତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହୋଇ ନ ଥିବା ସୂଚନା ଦେଇଥିଲେ । ସେ କହିଥିଲେ ତାଙ୍କୁ ଆଉ ଏକ ଆଘାତ ଲାଗିଛି । ଆଂଠୁ ଫୁଲି ଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ୍ ହେବା ନେଇ ସଂଶୟ ରହିଛି । ୨୦୨୩ ଦିନିକିଆ ବିଶ୍ୱକcପ ପରେ ସାମୀ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ସେ ଏବେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ । ବେଙ୍ଗଲର କୋଚ ଲକ୍ଷ୍ମୀ ରତନ ଶୁକ୍ଲା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସାମୀ ୨ଟି ମ୍ୟାଚ ଖେଳିବେ ।

Leave A Reply

Your email address will not be published.