ନୂଆଦିଲ୍ଲୀ: ଭାରତର ଷ୍ଟାର ପେସର ମହମ୍ମଦ ସାମୀ ଆଗାମୀ ଇଂଲଣ୍ଡ ଗସ୍ତରେ ଯାଇ ନ ପାରନ୍ତି । ଭାରତୀୟ କ୍ରିକେଟ ଟିମ ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ରିପୋର୍ଟ ଅନୁସାରେ ସାମୀ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି । ଯାହାକୁ ନେଇ ଚୟନ କମିଟି ଚିନ୍ତିତ ଅଛନ୍ତି । ସାମୀ ଅବଶ୍ୟ ଆଇପିଏଲରେ ଖେଳିବା ଜାରୀ ରଖିଛନ୍ତି । ମେଡିକାଲ ଟିମ ତାଙ୍କୁ ଏହି ସିରିଜ ପାଇଁ ଫିଟ ଘୋଷିତ ନ କରିବା ପର୍ଯ୍ୟନ୍ତ ସାମୀଙ୍କୁ ଦଳରେ ସାମିଲ କରିବା ମୂର୍ଖାମୀ ହେବ ବୋଲି କୁହାଯାଇଛି । ଚାମ୍ପିୟନ୍ସ ଟ୍ରଫିରେ ସାମୀ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ଭାରତକୁ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସାମୀ ଯଦି ଚୂଡାନ୍ତ ଦଳରେ ସ୍ଥାନ ନ ପାଇବେ ତେବେ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂ, ମୁକେଶ କୁମାର, ୟଶ ଦୟାଲ, ଅଂଶୁଲ କମ୍ବୋଜ, ଖଲୀଲ ଅହମ୍ମଦ ଓ ହର୍ଷିତ ରାଣାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ବିରାଟ କୋହଲି ଓ ରୋହିତ ଶର୍ମା ଅବସର ଘୋଷଣା କରିଥିବାରୁ ପ୍ରାୟତଃ ଏକ ଯୁବ ଟିମ ଏହି ଗସ୍ତରେ ଯିବ । ସାମୀ ଓହରିଲେ କେବଳ ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଦଳରେ ସିନିୟର ଖେଳାଳି ଭାବେ ସ୍ଥାନ ପାଇବେ ।
Comments are closed.