Latest Odisha News

BREAKING NEWS

ଶମ୍ମି କାପୁର-ଗୀତା ବାଲୀଙ୍କ ପ୍ରେମ କାହାଣୀ, ବିବାହ ସମୟରେ ସିନ୍ଦୁର ନ ଥିବାରୁ କଣ କଲେ ୟାହୁ ବୟ

ମୁମ୍ବାଇ: ଶମ୍ମି କାପୁର ତଥା ୟାହୁ ବୟଙ୍କ ପ୍ରେମ କାହାଣୀ ବିଷୟରେ ଆସନ୍ତୁ ଜାଣିବା । ସେ ସମୟର ଏହି ଲୋକପ୍ରିୟ କଳାକାର ତାଙ୍କ ମନ ଅଭିନେତ୍ରୀ ଗୀତା ବାଲୀଙ୍କୁ ଦେଇଥିଲେ । ବାରମ୍ବାର ସେ ଏ ନେଇ ଗୀତାଙ୍କୁ କହୁଥିଲେ ସେ ଏଡାଇ ଦେଉଥିଲେ । ଥରେ ଭାବପ୍ରବଣ ହୋଇ ଶମ୍ମି ଯେତେବେଳେ କହିଲେ ଗୀତା ସତରେ ତୁମେ ମୋତେ ଭଲ ପାଅ କି ନାହିଁ । ସେ ମନେ ମନେ ନାହିଁର ଉତର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଗୀତା ହଁ ମାରିଥିଲେ । ସ୍ତବ୍ଧ ହୋଇ ଯାଇଥିଲେ ୟାହୁ ବୟ । ଏହା ପରେ ହଠାତ୍ ଗୀତା କହିଲେ ଚାଲ ଏଥର ବିବାହ କରିବା । ଏବେ… । ହଁ… । ଶମ୍ମି କହିଥିଲେ ଏତେ ଶୀଘ୍ର କିପରି ବିବାହ କରିବା । ଯେମିତି ଜନୀ ୱାକର କରିଥିଲେ । ଜନୀଙ୍କୁ ପଚାରିବାରୁ ସେ କହିଥିଲେ ମୁଁ ମୁସଲମାନ ବୋଲି ମସଜିଦରେ କରିଥିଲେ । ତୁମେ ମନ୍ଦିରର କର ।

ଏହା ପରେ ଶମ୍ମି ଓ ଗୀତା ମନ୍ଦିରରେ ବିବାହ କରିବା ପାଇଁ ଯାଇଥିଲେ । ସବୁ ସରିବା ପରେ ବ୍ରାହ୍ମଣ ତାଙ୍କୁ ସିନ୍ଦୁର ଲଗାଇବା ପାଇଁ କହିଥିଲେ । କିନ୍ତୁ ତରବରରେ ଶମ୍ମି ସିନ୍ଦୁର ଆଣି ନ ଥିଲେ । ଶେଷରେ ଗୀତା ତାଙ୍କ ବ୍ୟାଗରୁ ଲିପଷ୍ଟିକ କାଢ଼ି ଦେଇଥିଲେ ଏବଂ ଶମ୍ମି ବାକିଥିବା ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ଉଭୟଙ୍କ ୨ଟି ସନ୍ତାନ ହୋଇଥିଲେ । ମାତ୍ର ପରେ ୧୯୬୫ରେ ଗୀତା ଦେହ ଖରାପ ଯୋଗୁ ମୃତ୍ୟୁବରଣ କରିଥିଲେ ।

ଶମ୍ମି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ଶେଷର ବନ୍ଧୁମାନଙ୍କ ପରାମର୍ଶ କ୍ରମେ ସେ ନୀଲାଙ୍କୁ ବିବାହ କରିଥିଲେ । କିନ୍ତୁ ସେ ସର୍ତ ରଖିଥିଲେ ନୀଲା ତୁମେ ଗର୍ଭବତୀ ହେବ ନାହିଁ କିମ୍ବା ମୋ ୨ଟି ସନ୍ତାନଙ୍କୁ ଅବହେଳା କରିବ ନାହିଁ । ନୀଲା ମଧ୍ୟ ଉଦାରତାର ପରିଚୟ ଦେଇ ରାଜି ହୋଇଥିଲେ ।

Leave A Reply

Your email address will not be published.