ନୂଆଦିଲ୍ଲୀ: ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ସେ ଏହି ଦାୟିତ୍ୱ ନେବା ପରେ ଏସିଆନ କ୍ରିକେଟ କାଉନ୍ସିଲ ଅଧ୍ୟକ୍ଷ ପଦ ଛାଡିଥିଲେ । ଏହି ପଦ ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସୀନ ନକବୀଙ୍କ ନଜର ରହିଥିଲା । ତେବେ ଶ୍ରୀଲଙ୍କାର ଶାମୀ ସିଲଭାଙ୍କୁ ଏହି ଦାୟିତ୍ୱ ପାଇଁ ଚୟନ କରାଯାଇଛି । ସେ ଏହା ପୂର୍ବରୁ ଏସିସିର ଫାଇନାନ୍ସ ଆଣ୍ଡ ମାର୍କେଂଟିଙ୍ଗ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ସାରିଛନ୍ତି । ନକଭୀ ଏହି ରେସରେ ଆଗରେ ଥିଲେ ମଧ୍ୟ ଶାମୀଙ୍କ ପ୍ରତି ମତ ବଦଳିବା ଯୋଗୁ ତାଙ୍କୁ ଶକ୍ତ ଧକ୍କା ଲାଗିଛି । ଏସିସିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ ।
ଏସିଆରେ କ୍ରିକେଟର ବିକାଶ ପାଇଁ ଆମେ ଆହୁରି ଅଧିକ ଉଦ୍ୟମ କରିବୁ ବୋଲି ଶାମୀ କହିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ ଏବେ ଏହା ହାଇବ୍ରିଡ ମଡେଲରେ ଆୟୋଜିତ ହେବ ବୋଲି ଏକପ୍ରକାର ସ୍ଥିର ହୋଇଛି । ଏସିସିର ଅଧ୍ୟକ୍ଷ ଦାୟିତ୍ୱ ନକଭି ନେଇଥିଲେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇଥାନ୍ତା । ଶାହଙ୍କ ନେତୃତ୍ୱରେ ଏସିସି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଆଗକୁ ୨୦୨୪ରୁ ୩୧ ପର୍ଯ୍ୟନ୍ତ ଏସିସି ଏସିଆ କପ ଟୁର୍ଣ୍ଣାମେଂଟ ପାଇଁ ସମସ୍ତ ପ୍ରସ୍ତୁତି ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସିଲଭା କହିଛନ୍ତି ।
Comments are closed.