ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସକୁ ଆମେରିକାର ଏକ କମ୍ପାନୀ ୧୫୨୯୦ କୋଟି ଟଙ୍କାରେ କ୍ରୟ କରିଛି । ୨୦୦୮ରେ ମାତ୍ର ୬୭ ମିଲିୟନ ଡଲାରରେ ଏହାକୁ କିଣା ଯାଇଥିଲା । ଆଇପିଏଲ ଏବେ ବିଶ୍ୱର ଦାମୀ ଲିଗ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ତେବେ ରାଜସ୍ଥାନ ବିକ୍ରୀ ହେବା ପରେ ଅଷ୍ଟ୍ରେଲିଆର ସ୍ୱର୍ଗତଃ ଲେଗ ସ୍ପିନର ଶେନ ୱାର୍ଣ୍ଣେଙ୍କ ଏକ ଡିଲ ଏବେ ଚର୍ଚ୍ଚାର କାରଣ ସାଜିଛି । ୱାର୍ଣ୍ଣେଙ୍କ ପରେ ତାଙ୍କ ପରିବାର ଏବେ ୪୫୦ରୁ ୪୬୦ କୋଟି ଟଙ୍କା ପାଇବେ । ୨୦୧୯ରେ ଯେତେବେଳେ ଟିମର ଭାଲ୍ୟୁଶନ ୪୦୦ ମିଲିୟନ ଡଲାର ଥିଲା ସେତେବେଳେ ୱାର୍ଣ୍ଣେ ୩ ପ୍ରତିଶତର ଅଂଶୀଦାର ହୋଇ ଯାଇଥିଲେ ।
ୱାର୍ଣ୍ଣେ ସେ ସମୟରେ ହସି କରି କହିଥିଲେ ୩ ପ୍ରତିଶକ କିଛି ଖରାପ ନୁହେଁ । ତାଙ୍କ ଦୂରଦୃଷ୍ଟି ଯୋଗୁ ପରିବାର ଲୋକ ଫାଇଦାରେ ରହିବେ । ୨୦୦୮ରେ ୱାର୍ଣ୍ଣେଙ୍କୁ ଅଧିନାୟକ ଓ ମେଂଟର ଦାୟିତ୍ୱ ପ୍ର୍ରଦାନ କରାଯାଇଥିଲା । ପ୍ରତି ବର୍ଷ ୬୫୭,୦୦୦ ଡଲାର ସହ ଟିମର ୦.୭୫ ପ୍ରତିଶତ ଅଂଶୀଦାର ପ୍ରଦାନ କରାଯାଇଥିଲା । ସେ ୪ ସିଜନ ପର୍ଯ୍ୟନ୍ତ ଏହି କଂଟ୍ରାକ୍ଟରେ ଖେଳିଥିଲେ । ସେତେବେଳକୁ ସେ ୩ ପ୍ରତିଶତ ଅଂଶୀଦାର ହୋଇ ଯାଇଥିଲେ । ଏବେ ରାଜସ୍ଥାନ ୧୫୨୯୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାର ୩ ପ୍ରତିଶତ ୪୫୦ କୋଟି ଟଙ୍କା ପାଖାପାଖି ହେବ । ୱାର୍ଣ୍ଣେଙ୍କ ଗୁଗଲୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।