Latest Odisha News

ଲୁହା ଚକ ନଥାଇ ସବୁଠାରୁ ଦ୍ରୁତ ବେଗରେ ଚାଲେ ଏହି ଟ୍ରେନ

ନୂଆଦିଲ୍ଲୀ: ଏହି ଟ୍ରେନରେ ନାହିଁ ଚକ । ଆଉ ସବୁଠାରୁ ଦ୍ରୁତତମ ବେଗରେ ଚାଲେ ଏହି ଟ୍ରେନ । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ସତ । ବାସ୍ତବରେ ଆଜି ଆମେ ଆପଣଙ୍କୁ ଦୁନିଆର ଦ୍ରୁତତମ ଟ୍ରେନ୍ ବିଷୟରେ କହିବୁ, ଯାହାର ବେଗ ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଦୁନିଆର ଦ୍ରୁତତମ ଟ୍ରେନ୍ ଭାରତର ପଡୋଶୀ ଦେଶ ଚାଇନାରେ ଅଛି। ସାଂଘାଇ ମାଗଲେଭ୍ ଟ୍ରେନ୍ ନାମକ ଏହି ଟ୍ରେନ୍ ସାଂଘାଇର ପୁଡଙ୍ଗ ବିମାନବନ୍ଦରରୁ ଲଙ୍ଗୟାଙ୍ଗ ରୋଡ୍ ଷ୍ଟେସନ୍ ସହିତ ସଂଯୋଗ କରେ । ସାଂଘାଇ ମାଗଲେଭ ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୬୦ କିଲୋମିଟର ହୋଇଥିବାବେଳେ ଏହି ସୁପର ସ୍ପିଡ୍ ଟ୍ରେନ୍ ମାଧ୍ୟମରେ ଆପଣ ଭୁବନେଶ୍ୱର ଓ ମାଲକାନଗିରି ମଧ୍ୟରେ ଥିବା ଦୂରତା ୬୩୩ କିଲୋମିଟରକୁ ଦେଢ଼ ଘଣ୍ଟାରେ ସମ୍ପୂର୍ଣ୍ଣ କରିପାରିବେ ।

ଏହି ଟ୍ରେନର ଗୋଟିଏ ବିଶେଷ କଥା ହେଉଛି ଏଥିରେ ଲୁହା ଚକ ନାହିଁ, ବରଂ ଏହା ଚୁମ୍ବକୀୟ ଲେଭିଟେସନ୍ (ମ୍ୟାଗ୍ଲେଭ୍) ସହିତ ଚାଲିଥାଏ । ଅର୍ଥାତ ଟ୍ରାକ୍ ଉପରେ ଏକ ଚୁମ୍ବକୀୟ ପ୍ରଭାବ ଥାଏ ଏବଂ ଟ୍ରେନ୍ ଏହି ଟ୍ରାକ ଉପରେ ରହିଥାଏ । ଟ୍ରାକର ଚୁମ୍ବକୀୟ ପ୍ରଭାବ ହେତୁ ଟ୍ରେନ୍ ସ୍ଥିର ରହିଥାଏ ଏବଂ କୌଣସି ଶବ୍ଦ ନକରି ଦ୍ରୁତ ବେଗରେ ଚାଲିଥାଏ । ଏହି ଟ୍ରେନର ଲମ୍ବ ୧୫୩ ମିଟର ଥିବାବେଳେ ଏଥିରେ ସମୁଦାୟ ୫୭୪ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

 

Comments are closed.