Latest Odisha News

ବୃଦ୍ଧ ବାପା, ମାଆଙ୍କ ସେବା ପାଇଁ ଝିଅରୁ ହୋଇଗଲେ ପୁଅ

ସୁଲତାନପୁର: ଇଟୱା ଜିଲ୍ଲାର ସୁଲତାନପୁର ଗ୍ରାମରେ ଶାଳିନୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୃଦ୍ଧ ବାପା ମାଆଙ୍କ ସେବା ପାଇଁ ଶାଳିନୀ ଝିଅରୁ ପୁଅ ହେବା ପାଇଁ ନିଷ୍ପତି ନେଇଛନ୍ତି । ୨୦୧୦ରେ ତାଙ୍କ ବଡ ଭାଇ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହା ତାଙ୍କ ବାପାମାଆଙ୍କୁ ବେଶ ଆଘାତ ଦେଇଥିଲା । ସେମାନେ ସର୍ବଦା ମନଦୁଃଖରେ ରହୁଥିଲେ । ଏହା ଦେଖି ଶାଳିନୀ ପୁଅ ହେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କ ବିବାହ ପାଇଁ ବାପା ରଖିଥିବା ଅର୍ଥକୁ ସେ ଅପରେଶନରେ ବ୍ୟବହାର କରିଥିଲେ । ଏବେ ଏହି ପ୍ରକ୍ରିୟାର ୩ ବର୍ଷ ପୂରଣ ହୋଇଯାଇଛି । ଆଗକୁ ଆଉ ଗୋଟିଏ କିମ୍ବା ଦୁଇଟି ଅପରେଶନ ପରେ ସେ ଶାଳିନୀରୁ ଶାନୁ ହୋଇଯିବେ ।

ପିଲାବେଳୁ ଶାଳିନୀ ପୁଅଙ୍କ ପରି ରହିବାକୁ ଭଲ ପାଉଥିଲେ । ସେ ପୁଅପିଲାଙ୍କ ପରି ମୁଣ୍ଡ କୁଣ୍ଡେଇବା ସହ ସେମାନଙ୍କ ଖେଳ ମଧ୍ୟ ଖେଳୁଥିଲେ । ଜେଣ୍ଡର ଡିସ୍ଫୋରିୟା ନାମକ ଏକ ବ୍ୟତୀକ୍ରମ ଯୋଗୁ ଏହା ହୋଇଥାଏ । ଆଗକୁ ମୁଁ ମୋ ବାପାମାଆଙ୍କୁ ସବୁ ସୁଖ ଦେବା ପାଇଁ ଉଦ୍ୟମ କରିବି ବୋଲି ଶାନୁ କହିଛନ୍ତି ।

Leave A Reply

Your email address will not be published.