Latest Odisha News

ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ, ବର୍ଷାରେ ଭିଜି ଭାଷଣଦେଲେ ଶରଦ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ ଶରଦ ପାୱାର । ରବିବାର ନାଭି ମୁମ୍ବାଇରେ ବର୍ଷାରେ ଭିଜି ଭାଷଣ ଦେଇଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହା ପ୍ରଥମ ନୁହେଁ ୨୦୧୯ ରେ ମହାରାଷ୍ଟ୍ର ନିର୍ବାଚନ ସମୟରେ ସତାରାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ ଶରଦ ପାୱାର ବର୍ଷା ରେ ଭିଜି ଏପରି ଭାଷଣ ଦେଇଥିଲେ ।

ଖବର ମୁତାବକ, ରବିବାର ସନ୍ଧ୍ୟାରେ ନାଭି ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶରଦ ପାୱାର ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମକୁ ଶରଦ ପାୱାରଙ୍କ ପାର୍ଟିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ବର୍ଷା ଆରମ୍ଭ ହୋଇଥିଲା । ଆସନ୍ତା ମାସରେ ୮୩ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଶରଦ ପାୱାର ବର୍ଷାରେ ମଧ୍ୟ ଦୃଢ ଭାବରେ ଠିଆ ହୋଇଥିଲେ ଏବଂ ତାଙ୍କ ଭାଷଣ ଜାରି ରଖିଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଶରଦ ପାୱାର କହିଛନ୍ତି ଯେ, ‘ଆଜି ବର୍ଷା ହେତୁ ଏଠାରେ ଆମର ଯୋଜନା ବ୍ୟାହତ ହୋଇଛି । କିନ୍ତୁ ଆମେ ଏତେ ସହଜରେ ହାର ମାନିବା ଲୋକ ନୁହେଁ କି ପଛକୁ ଫେରିବା ଲୋକ ନହେଁ । ଭବିଷ୍ୟତରେ ମଧ୍ୟ ଆମର ସଂଗ୍ରାମ ଜାରି ରହିବ’ । ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ୨୦୧୯ ମସିହା କଥା ମନେପକାଇଦେଇଛି ।

Comments are closed.