ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ । NCP ( Nationalist Congress Party)ମୁଖ୍ୟ ପଦ ଛାଡ଼ିଲେ ଶରଦ ପାୱାର । ଦଳର ସଭାପତି ପଦରୁ ଦେଲେ ଇସ୍ତଫା । ଶରଦ ନିଜେ ମଙ୍ଗଳବାର ଏମିତି ଏକ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ଏନସିପିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ ବରିଷ୍ଠ ନେତା ତଥା ୮୨ ବର୍ଷୀୟ ଶରଦ ପାୱର ପଦରୁ ଇସ୍ତଫା ଦେଇଛନ୍ତି । ଏହା ଦଳ ପାଇଁ ଏକ ବଡ ଝଟକା ନିଶ୍ଚୟ । ଯଦିଓ ସେ ଆଉ ନିର୍ବାଚନ ଲଢିବେ ନାହିଁ ତେବେ ରାଜନୀତିରୁ ସନ୍ୟାସ ନେବେ ନାହିଁ ବୋଲି କହିଛନ୍ତି ।
ଅନ୍ୟପକ୍ଷେ କୁହାଯାଉଛି, ଶରଦଙ୍କ ପୁତୁରା ଅଜିତ ପାୱାର ଦଳର ଏକାଧିକ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଶରଦ ସଭାପତି ପଦରୁ ଇସ୍ତଫ ଦେଇଥାଇ ପାରନ୍ତି ।
ତେବେ ଶରଦ ନିଜେ କହିଛନ୍ତି, ‘ବହୁଦିନ ଧରି ଦଳର ନେତୃତ୍ୱ ନେବାର ସୁଯୋଗ ମିଳିଲା । ଏବେ ବୟସ ଦୃଷ୍ଟିରୁ ଏହି ପଦରେ ଆଉ ରହିବାକୁ ଚାହୁଁନାହିଁ । ମୋତେ ଲାଗୁଛି, ଆଉ କେହି ଆଗକୁ ଆସିବା ଦରକାର । ତେବେ କିଏ ହେବ ସଭାପତି ଦଳର ନେତାମାନେ ତାହାର ନିଷ୍ପତ୍ତି ନେବେ।
ସୂଚନାଥାଉ କି, ୨୦୨୨ରେ ଶରଦ ପାୱାର ୪ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ରାଜ୍ୟରେ ମହା ବିକାଶ ଅଗାଡି ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଓ ଏନ୍ସିପି ମଧ୍ୟରେ ମେଣ୍ଟ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।
Comments are closed.