ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି । ଦକ୍ଷିଣ କୋରିଆ ୩ଟି ଯାକ ସେଟରେ ଭାରତୀୟ ତୀରନ୍ଦାଜଙ୍କୁ ମାତ ଦେଇଥିଲେ । ୬-୦ ସେମାନେ ଏହି ବିଜୟ ହାସଲ କରିଥିଲେ । ପୂର୍ବରୁ କାଜକସ୍ତାନକୁ ୫୫-୫୪, ୫୨-୫୧, ୫୬-୫୭, ୫୫-୫୪ ରେ ପରାସ୍ତ କରି ଭାରତ କ୍ୱାର୍ଟରରେ ପ୍ରବେଶ କରିଥିଲା ।
ଟେବୁଲ ଟେନିସ: ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ଭାରତର ଅଚନ୍ତା ଶରଥ କମଲ ଚମତ୍କାର ପ୍ରଦର୍ଶନ କରି ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ସେ ପର୍ତୁଗାଲର ଟିଓଗୋ ଏପୋଲେନିଆଙ୍କୁ ଦ୍ୱିତୀୟ ରାଉଣ୍ଡରେ ୨-୧୧, ୧୧-୮, ୧୧-୫, ୯-୧୧, ୧୧-୬ ଓ ୧୧-୯ରେ ହରାଇଥିଲେ ।
ହାରିଲେ ଭବାନୀ: ଅସୀ ଚାଳନାରେ ଭାରତର ଭବାନୀ ଦେବୀ ତାଙ୍କ ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସର ମ୍ୟାନନ ବ୍ରୁନେଟଙ୍କ ନିକଟରୁ ୭-୧୫ରେ ହାରି ଯାଇଛନ୍ତି । ପ୍ରଥମ ମୁକାବିଲାରେ ଟ୍ୟୁନିସିଆର ନାଦିୟା ବେନଙ୍କୁ ୧୫-୩ରେ ପରାସ୍ତ କରିଥିଲେ ।
ସାଇରାଜ-ଚିରାଗ ବିଦା: ବ୍ୟାଡମିଂଟନରେ ବି ଭାରତକୁ ଆଜି ନିରାଶା ହେବାକୁ ପଡିଛି । ପୁରୁଷ ଡବଲ୍ସରେ ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଇଣ୍ଡୋନେସିଆ ନିକଟରୁ ୨୧-୧୩, ୨୧-୧୨ରେ ହାରି ଯାଇଛନ୍ତି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.