Latest Odisha News

BREAKING NEWS

ଶାରଦୀୟ ନବରାତ୍ରୀ କେବେଠୁ ଆରମ୍ଭ? ଜାଣନ୍ତୁ ଘଟ ସ୍ଥାପନାର ଶୁଭ ମୁହୁର୍ତ୍ତ..

ଭୁବନେଶ୍ବର: ଶରତ ଋତୁର ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଠ କୁ ଓହ୍ଲାଇଥାନ୍ତି ଜଗତଜନନୀ ମା’ ଦୁର୍ଗା । ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ଶାରଦୀୟ ଦଶହରାରେ ଉତ୍ସବମୁଖର ହୋଇପଡ଼େ ସମଗ୍ର ଭାରତବର୍ଷ । ତେବେ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ଦୁର୍ଗାପୂଜା ପାଳନ କରାଯାଏ । ହେଲେ ଆଶ୍ବିନ ମାସର ଦୁର୍ଗାପୂଜା ଶାରଦୀୟ ଦଶହରା ଭାବେ ଜଣାଶୁଣା ।

ସେହିପରି ନବରାତ୍ରୀ ପର୍ବ ପ୍ରତୀପଦା ଠାରୁ ଆଶ୍ୱିନ ମାସର ଶୁକ୍ଲା ପକ୍ଷର ନବମୀ ପର୍ଯ୍ୟନ୍ତ ପାଳନ କରାଯାଏ । ଶାରଦୀୟ ନବ୍ରରାତ୍ରୀ ଶରତ ମାସରେ ଆଶ୍ୱିନରେ ପଡ଼ିଥାଏ । ଶାରଦୀଆ ନବ୍ରରାତ୍ରୀ ଅକ୍ଟୋବର ୩ ତାରିଖ ଗୁରୁବାରରୁ ଆରମ୍ଭ ହୋଇ ଅକ୍ଚୋବର ୧୨ ତାରିଖରେ ଶେଷ ହେବ । ଜ୍ୟୋତିଷଙ୍କ ଅନୁଯାୟୀ, ମା’ଙ୍କ ଆଗମନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀକୁ ନାଶ କରିଥାଏ ।

ପଞ୍ଚଙ୍ଗ ଅନୁଯାୟୀ ଆଶ୍ୱିନ ମାସର ଶୁକ୍ଲ ପକ୍ଷ ପ୍ରତିପଦା ତିଥି ଅକ୍ଟୋବର ୩ ତାରିଖ ରୁ ୧୨ ଟା୧୮ ରେ ଆରମ୍ଭ ହେବ ଏବଂ ପରଦିନ ୪ ଅକ୍ଟୋବରରେ ୦୨ଟା ୫୮ରେ ଶେଷ ହେବ।

ଘଟ ସ୍ଥାପାନା ମୁହୁର୍ତ୍ତ – ସକାଳ ୬ ଟା୧୫ ରୁ ୭ ଟା ୨୨ ମିନିଟ ପର୍ଯ୍ୟନ୍ତ ରହିଛି ।
କଳଶ ସ୍ଥାପନା ମୁହୁର୍ତ୍ତ – ୧୧ ଟା ୪୬ ରୁ ୧୨ ଟା ୩୩ ପୂର୍ବାହ୍ନ ପର୍ଯ୍ୟନ୍ତ ।
କନ୍ୟା ଲଗ୍ନ ଆରମ୍ଭ – ୩ ଅକ୍ଟୋବର, ସକାଳ ୬ ଟା ୧୫ମିନିଟ୍ ପର୍ଯ୍ୟନ୍ତ ।
କନ୍ୟା ଲଗ୍ନ ସମାପ୍ତ – ୩ ଅକ୍ଟୋବର ସକାଳ ୭ ଟା୨୨ ପର୍ଯ୍ୟନ୍ତ ।

ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ପ୍ରତିପଦା: ଏହି ଦିନ ଘଟସ୍ଥାପନା କରାଯାଇ ମା’ ଦୁର୍ଗାଙ୍କର ପ୍ରଥମ ରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ସେହିପରି ନବରାତ୍ରୀର ଦ୍ବିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥାଏ । ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ ମା’ କୁଷ୍ମାଣ୍ଡା, ପଞ୍ଚମ ଦିନରେ ମା’ ସ୍କନ୍ଦମାତା, ଷଷ୍ଠ ଦିନରେ ମା’ କାତ୍ୟାୟନୀ ସପ୍ତମ ଦିନରେ ମା’ କାଳରାତ୍ରୀ, ଅଷ୍ଟମୀରେ ମା’ ସିଦ୍ଧିଦାତ୍ରୀ, ନବମୀରେ ମା’ ମହାଗୌରୀଙ୍କୁ ପୂଜା କରାଯାଇଥାଏ ଓ ଦଶମୀରେ ବିଜୟା ଦଶମୀ ପାଳନ କରାଯାଇଥାଏ ।

Comments are closed.