ମୁମ୍ବାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ ଡିଲ ହୋଇଛି । ଲକ୍ଷ୍ନୌ ସୁପର ଜ୍ୟାଂଟସର ଶାର୍ଦ୍ଦୁଳ ଠାକୁରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଡିଲ ମାଧ୍ୟମରେ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳ ଲକ୍ଷ୍ନୌ ଛାଡିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଟ୍ରେଡ ଡିଲରେ ଖେଳାଳି ଅଦଳ ବଦଳ ହୋଇ ନାହାନ୍ତି । ମୁମ୍ବାଇ କ୍ୟାଶ ଡିଲ ମାଧ୍ୟମରେ ତାଙ୍କୁ ଦଳରେ ନେଇଛି । ଏଥିପାଇଁ ମୁମ୍ବାଇ ୨ କୋଟି ଟଙ୍କା ଦେଇଛି । ଶାର୍ଦ୍ଦୁଳ ମୁମ୍ବାଇ ପକ୍ଷରୁ ଖେଳିବା ନେଇ ରାଜି ହୋଇଥିବା ଆଇପିଏଲ ପକ୍ଷରୁ ବିଧିବଦ୍ଧ ଭାବେ ଜଣାଯାଇଛି । ଆଇପିଏଲ ଇତିହାସରେ ସେ ତୃତୀୟ ଥର ପାଇଁ ଟ୍ରେଡ ହୋଛି ।
୨୦୧୭ରେ ରାଇଜିଂ ପୁଣେ ସୁପର ଜ୍ୟାଂଟସ ତାଙ୍କୁ କିଙ୍ଗସ ଇଲେଭନ ପଞ୍ଜାବରୁ କିଣିଥିଲା । ଏହା ପରେ ୨୦୨୩ରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଆଣିଥିଲା । ଏବେ ସେ ମୁମ୍ବାଇ ପକ୍ଷରୁ ଖେଳିବା ମାନେ ତାଙ୍କ ଘର ବାହୁଡା ହୋଇଛି । ୨୦୧୦ରୁ ୧୨ ପର୍ଯ୍ୟନ୍ତ ସେ ମୁମ୍ବାଇ ପକ୍ଷରୁ ଖେଳିଥିଲେ । ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୧୦୫ ମ୍ୟାଚ ଖେଳିଛନ୍ତି । ୯.୦୪ ଇକୋନୋମି ରେଟରେ ଶାର୍ଦ୍ଦୁଳ ୧୦୭ ୱିକେଟ ନେଇଛନ୍ତି ।
Comments are closed.