Latest Odisha News

ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା ବିରାଟକାୟ ସାର୍କ; ଦେଖିବାକୁ ଲୋକଙ୍କ ଭିଡ ଜମିଲା

ବ୍ରହ୍ମପୁର: ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରାଟକାୟ ସାର୍କ ମାଛ ଫସିଯାଇଥିଲା । ଏହାକୁ ଗଂଜାମ ଜିଲ୍ଲା ଗୋପାଳପୁର ସମୁଦ୍ର କୂଳରେ ଛାଡି ଦିଆଯାଇଛି ।

ସୂଚନାଯୋଗ୍ୟ, ଜଣେ ମତ୍ସ୍ୟଜୀବୀ କାଲି ରାତି ଗୋପାଳପୁର ସମୁଦ୍ରକୂଳରେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ସମୟରେ ଏକ ବିଶାଳ ସାର୍କ ମାଛ ଜାଲରେ ଫସିଯାଇଥିଲା । ଏହାପରେ ସେ ମାଛକୁ ଜାଲରୁ କାଢ଼ିବା ପରେ ତାକୁ ଗଭୀର ପାଣିରେ ଛାଡିଦେଇଥିଲେ । ଜୀବନ୍ତ ବିରାଟକାୟ ସାର୍କକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏହା ଲୋକଙ୍କ ପାଇଁ ଏକ ଦୁର୍ଲଭ ଦୃଶ୍ୟ ଥିଲା ।

Leave A Reply

Your email address will not be published.