Latest Odisha News

BREAKING NEWS

ମୋଦିଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । କୋ ୱିନ ଆପର ସରଳ ବ୍ୟବହାରକୁ ନେଇ ସେ ସରକାରଙ୍କ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି । ଏହି ଆପ ମାଧ୍ୟମରେ ସ୍ଲଟ ବୁକିଂଠାରୁ ଆରମ୍ଭ କରି ସାର୍ଟିଫିକେଟ ପାଇବା ପର୍ଯ୍ୟନ୍ତ କାର୍ଯ୍ୟ ଅତି ସହଜରେ ହୋଇଯାଉଛି । ଯାହା କି କଂଗ୍ରେସ ନେତାଙ୍କ ମନ ପାଇଛି । ଥରୁର ଟ୍ୱିଟ କରିଛନ୍ତି ଯେ, ମୁଁ ଭଲ କାମକୁ ସବୁବେଳେ ସ୍ୱାଗତ କରିଥାଏ । କୋୱିନ ଆପ ନେଇ ସରକାର ବହୁତ ଭଲ କାମ କରିଛନ୍ତି ।

୨୦୧୯ ଅଗଷ୍ଟ ପରଠାରୁ ଥରୁର, ମନୁ ସଂଘଭି ଓ ଜୟରାମ ରମେଶ ସରକାରଙ୍କ ଭଲ କାର୍ଯ୍ୟକୁ ପ୍ରଶଂସା କରି ଆସୁଛନ୍ତି । ସବୁବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଖଳନାୟକ ଭାବେ ଚିତ୍ରଣ କରିବା ଠିକ ନୁହେଁ ବୋଲି ସେମାନେ କହିଥିଲେ ।

Comments are closed.