Latest Odisha News

BREAKING NEWS

ଗାଙ୍ଗୁଲି-କୋହଲି ବିବାଦରେ ମୁହଁ ଖୋଲିଲେ ଶାସ୍ତ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ଆଇପିଏଲର ଏକ ମ୍ୟାଚ ପରେ ହାତ ନ ମିଳାଇବା ବେଶ ଆଲୋଚନାର କାରଣ ସାଜିଛି । କୋହଲି ହାତ ନ ମିଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଅନୁମାନ କରାଯାଉଛି । ଏ ସମ୍ପର୍କରେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଉଭୟଙ୍କ ମଧ୍ୟରେ କିପରି ସମ୍ପର୍କ ରହିଛି ତାହା ସ୍ପଷ୍ଟ ହେବା ଉଚିତ । ଯଦି ଜଣେ କଥା ହେବାକୁ ଚାହୁଁ ନାହାନ୍ତି ତାହାହେଲେ ଏହା ଏକ ବଡ ଘଟଣା ନୁହେଁ । ମାତ୍ର ଯିବା ପରେ ଯଦି ଆପଣଙ୍କ ମନ ସମ୍ପର୍କ ରଖିବା ନେଇ ପ୍ରେରିତ କରୁଛି ତାହାହେଲେ ଉଦ୍ୟମ କରିବାକୁ ପଡିବ ।

ସୂଚନାଯୋଗ୍ୟ, ୨୦୨୧ରେ କୋହଲି ଟି୨୦ ଟିମର ଅଧିନାୟକ ପଦରୁ ହଟିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଅଧିନାୟକ ପଦରୁ ହଟିବା ପୂର୍ବରୁ କୋହଲିଙ୍କ ସହିତ କଥା ହେଉଥିଲୁ ବୋଲି ଗାଙ୍ଗୁଲି କହିଥିଲେ । ମାତ୍ର କୋହଲି ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ । କିଛି ଦିନ ପରେ ଗାଙ୍ଗୁଲି ମଧ୍ୟ ନାଟକୀୟ ଢ଼ଙ୍ଗରେ ତାଙ୍କ ପଦ ହରାଇଥିଲେ । ସେବେଠାରୁ ଉଭୟ ପରସ୍ପରଠାରୁ ଦୂରେଇ ରହୁଛନ୍ତି । ଅବଶ୍ୟ ଏହାର ସତ୍ୟତା ଗାଙ୍ଗୁଲି କିମ୍ବା କୋହଲି ଜାଣିଥିବେ ।

Leave A Reply

Your email address will not be published.