Latest Odisha News

BREAKING NEWS

କୋହଲିଙ୍କ ପ୍ରଶଂସାରେ ରବି ଶାସ୍ତ୍ରୀ ଶତମୁଖ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବ କୋଚ ରବି ଶାସ୍ତ୍ରୀ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋର ଶ୍ରେଷ୍ଠ ଶିଷ୍ୟ କୋହଲି । ୨୦୧୭ରୁ ୨୦୨୨ ମଧ୍ୟରେ ମୁଁ ଭାରତୀୟ ଟିମର କୋଚ ଥିବା ବେଳେ କୋହଲି ଦଳର ନେତୃତ୍ୱ ନେଇଥିଲେ । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲି କେତେଗୁଡିଏ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ କୋହଲି ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।

ଖେଳ ପ୍ରତି ଉତ୍ସର୍ଗୀକୃତ ମନୋଭାବ, ଜିତିବାର ପାଗଳାମୀ ଓ ଚାପଭରା ପରିସ୍ଥିତିରେ ଉଚିତ ମୁକାବିଲା କରିବା ଦକ୍ଷତା କୋହଲିଙ୍କ ନିକଟରେ ଥିଲା । ସେ ସମୟରେ କୋହଲି ୬୩.୨୭ ଆଭରେଜରେ ୪୪୯୨ ରନ କରିଥିଲେ । ଏଥିରେ ୧୮ ଶତକ ମଧ୍ୟ ରହିଥିଲା । କୋହଲି ସର୍ବଦା ମ୍ୟାଚ ଜିତିବା ଓ ଖେଳ ଆଗକୁ ବଢ଼ାଇବା ରଣନୀତିରେ ଖେଳିଥାନ୍ତି । ସେହି ୫ ବର୍ଷ ମଧ୍ୟରେ ଭାରତ ଟେଷ୍ଟ କ୍ରିକେଟରେ ଏକ ନମ୍ବର ସ୍ଥାନରେ ରହିଥିଲା । କୋହଲିଙ୍କ ପରି ଶିଷ୍ୟ ପାଇ ମୁଁ ଗର୍ବିତ ବୋଲି ଶାସ୍ତ୍ରୀ କହିଛନ୍ତି ।

Comments are closed.