Latest Odisha News

BREAKING NEWS

ଅଶ୍ୱୀନଙ୍କ ପାଇଁ ଚାର୍ଟର୍ଡ ଫ୍ଲାଇଟରେ ବ୍ୟବସ୍ଥା କରିଥିଲେ ଜୟ ଶାହ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ତୃତୀୟ ଦିବସରେ ଚେନ୍ନାଇ ଫେରିଥିବା ବେଳେ ଚତୁର୍ଥ ଦିବସରେ ଟିମ ସହିତ ଯୋଗ ଦେଇଥିଲେ । ତାଙ୍କ ମାଆଙ୍କ ଦେହ ହଠାତ ଖରାପ ହୋଇ ପଡିବାରୁ ସେ ସଙ୍ଗେ ସଙ୍ଗେ ଘରକୁ ଫେରିବା ପାଇଁ ଟିମ ମ୍ୟାନେଜମେଂଟକୁ କହିଥିଲେ । ଏହା ପରେ ଜୟ ଶାହ ତାଙ୍କ ପାଇଁ ଚାର୍ଟର୍ଡ ଫ୍ଲାଇଟର ବ୍ୟବସ୍ଥା କରିଥିଲେ । ଭାରତୀୟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏହି ଖୁଲାସା କରିଛନ୍ତି । ବିିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ଏଥିରେ ମୋହର ଲଗାଇଛନ୍ତି । ସେ ଏଥିନେଇ ଜୟ ଶାହଙ୍କ ପ୍ରଶଂସା କରିଛନ୍ତି ।

ବିସିସିଆଇ ଏ ଭଳି ମନ ଜିଣିବା ଭଳି ପଦକ୍ଷେପ ଗ୍ରହଣ କଲେ ଆମ କ୍ରିକେଟ ପରିବାର ବଢ଼ିବାରେ ଲାଗିବ । ବିସିସିଆଇ ତାର ଦାୟିତ୍ୱ ତୁଲାଇଥିବା ବେଳେ ଅଶ୍ୱୀନ ମଧ୍ୟ ଟିମ ସହିତ ଯୋଗ ଦେଇ କର୍ତବ୍ୟ ତୁଲାଇଛନ୍ତି । ରାଜକୋଟ ମ୍ୟାଚରେ ଭାରତ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରି ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି ।

Comments are closed.