Latest Odisha News

BREAKING NEWS

ସୂର୍ଯ୍ୟକୁମାରଙ୍କ କ୍ୟାଚ ନେଇ ମୁହଁ ଖୋଲିଲେ ଶନ ପୋଲକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ର ରୋମାଂଚକ ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଶେଷ ଓଭରରେ ସୂର୍ଯ୍ୟକୁମାର ଯାଦବ ବାଉଣ୍ଡରୀ ଲାଇନ ଉପରେ ଡେଭିଡ ମିଲରଙ୍କ ଏକ ଚମତ୍କାର କ୍ୟାଚ ନେଇଥିଲେ । ଯାହା ପରେ ଭାରତ ମ୍ୟାଚରେ ବିଜୟ ହାସଲ କରିଥିଲା । ଅବଶ୍ୟ ପରେ ଏହି ମ୍ୟାଚକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଦକ୍ଷିଣ ଆଫ୍ରିକାର ମହାନ ଅଲରାଉଣ୍ଡର ଶନ ପୋଲର ଏବେ ଏହି ବିବାଦର ଅନ୍ତ ଘଟାଇଛନ୍ତି । ସେ କହିଛନ୍ତି ସୂର୍ଯ୍ୟକୁମାରଙ୍କ କ୍ୟାଚ ଠିକ ଥିଲା । କୁଶନ ହଲି ନ ଥିଲା । ଖେଳରେ ଏହା ହୋଇଥାଏ ବୋଲି ସେ କହିଛନ୍ତି । ଏଥିରେ ସୂର୍ଯ୍ୟକୁମାରଙ୍କ କୌଣସି ଭୂଲ ନ ଥିଲା । ସେ କୁଶନକୁ ଛୁଇଁ ନ ଥିଲେ । ସେ ଚମତ୍କାର ପ୍ରଦର୍ଶନ କରି କ୍ୟାଚ ନେଇଛନ୍ତି ।

୩୦ ବଲରେ ୩୦ ରନ ଆବଶ୍ୟକ ହେଉଥିବା ବେଳେ ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ଚାମ୍ପିୟନ ହୋଇଥିଲା । ଏହା ପରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

Leave A Reply

Your email address will not be published.